ଫାସଟ୍ୟାଗ୍ସ ଦ୍ୱାରା ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ,୨୪।୧ : ଫାସଟ୍ୟାଗ୍ସ ମାଧ୍ୟମରେ, ଗତ କିଛି ବର୍ଷ ମଧ୍ୟରେ ଟୋଲ ସଂଗ୍ରହରେ ବୃଦ୍ଧି ଘଟିଛି । ୨୦୨୧ ବର୍ଷ ତୁଳନାରେ, ୨୦୨୨ରେ ଟୋଲ ସଂଗ୍ରହରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧ ମସିହାରେ ସଂଗ୍ରହ ପରିମାଣ ୩୪,୭୭୮ କୋଟି ଥିଲା, ଯାହା ୨୦୨୨ ମସିହାରେ ୫୦,୮୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।

ଗତ ବର୍ଷ ଡିସେମ୍ବରରେ, ନ୍ୟାଶନାଲ ଟୋଲ ପ୍ଲାଜାରେ ହାରାହାରି ଦୈନିକ ଆୟ ୧୩୪.୪୪ କୋଟି ଏବଂ ୨୪ ଡିସେମ୍ବରରେ ଏହା୧୪୪.୧୯ କୋଟି ଥିଲା, ଯାହାକି ଗୋଟିଏ ଦିନରେ ସର୍ବାଧିକ ସଂଗ୍ରହ ଥିଲା। ସେହିଭଳି,ଫାସଟ୍ୟାଗ୍ସ ଟ୍ରାଞ୍ଜାକଶନରେ ୨୦୨୧ରୁ ୨୦୨୨ ମସିହାରେ ୪୮ ପ୍ରତିଶତ ବୃଦ୍ଧି ଘଟିଥିଲା। ୨୦୨୧ ରେ ଏହି କାରବାର ୨୧୯ କୋଟି ଥିଲାବେଳେ ୨୦୨୨ରେ ଏହା ୩୨୪ କୋଟି ହୋଇଥିଲା। ଏପର୍ଯ୍ୟନ୍ତ ୬.୪ କୋଟି ଫାସଟ୍ୟାଗ୍ସ ଜାରି କରାଯାଇଛି। ୨୦୨୧ ମସିହାରେ, ମୋଟ ୯୨୨ ଟୋଲ ପ୍ଲାଜା ଏଥିରେ ସାମିଲ ହୋଇଥିବାବେଳେ ଉପରେ ଆଧାରିତ ହୋଇଥିବାବେଳେ ୨୦୨୨ ରେ ଏହା ୧,୧୮୧କୁ ବୃଦ୍ଧି ପାଇଥିଲା।

Share