ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣା: ଜେଲ୍‌ ଗଲେ ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି

ସୁନ୍ଦରଗଡ଼,୬।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କୁ ସୋମବାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ନାବାଳିକାଙ୍କୁ ବଳାତ୍କାର ଓ ଗର୍ଭପାତ ଘଟଣାରେ ମାଝିଙ୍କୁ ଗିରଫ ପରେ ପୋକ୍ସୋ କୋର୍ଟ ରିମାଣ୍ଡ ପ୍ରଦାନ କରିବା ସହ ବିଚାର ବିଭାଗୀୟ ହାଜତରେ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ରହିବା ନେଇ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜୁଲାଇ ୧ରେ କ୍ରାଇମବ୍ରାଞ୍ଚ ନାବାଳିକାଙ୍କୁ ବଳାତ୍କାର ଏବଂ ବଳପୂର୍ବକ ଗର୍ଭପାତ କରାଇବା ଅଭିଯୋଗରେ ମାଝିଙ୍କୁ ଗିରଫ କରିଥିଲା। ଡିଜିପି ଅଭୟ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ଗିରଫ ହେବାପରେ ସେ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ହାଜର ହେବା ଲାଗି ସ୍ଥାନୀୟ କୋର୍ଟରୁ ୪ ଦିନ ରିମାଣ୍ଡରେ ନେବାକୁ ପୋଲିସ ଅନୁମତି ପାଇଥିଲେ। ପୋକ୍ସୋ କୋର୍ଟ ଜାମିନ ଆବେଦନକୁ ନାମଞ୍ଜୁର କରିଦେଇଛନ୍ତି।

Share