ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଜୟଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 46 ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ସୁଚିତ୍ରା ପାଣିଗ୍ରାହୀ, ମୁଖ୍ୟ ବକ୍ତା ଗଞ୍ଜାମ ଏନ.ଏ. ସି କାର୍ଯ୍ୟନିବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ, ସମ୍ମାନୀତ ଅତିଥି ଶିକ୍ଷାବିତ ଗୋପାଳ ବେହେରା, ଦୁର୍ଗା ପ୍ରସାଦ ପଟ୍ଟନାୟକ,ସଭାପତି ବିଷ୍ଣୁ ପ୍ରିୟା ନାହାକ, ଶିକ୍ଷକ ସୋମନାଥ ଦାସ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପ୍ର ଚରଣ ସାହୁ ଓ ଏବିଇଓ ବିଜୟ କୁମାର ବେହେରା ମଞ୍ଚାସୀନ ରହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l
ବିଦ୍ୟାଳୟର କ୍ଲାସ ଟପ୍ପର, ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭଲ କରିଥିବା ଛାତ୍ରୀଛାତ୍ରଙ୍କୁ ମାନପତ୍ର ଓ କପ୍ ଦେଇ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ଭୌତିକ ଓ ଶୈକ୍ଷିକ ପରିବେଶ ଦେଖି ଅତିଥି ମାନେ ଖୁସି ବ୍ୟକ୍ତ କରିଥିଲେ l