ନୟାଗଡ଼ ଅଫିସ, ୫।୪:ନୟାଗଡ଼ ଅବକାରୀ ବିଭାଗର କର୍ମଚାରୀମାନେ ବୁଧବାର ଇଟାମାଟି ପାଇକସାହିର ଦଣ୍ଡପାଣି ପ୍ରଧାନଙ୍କୁ ଇଟାମାଟି ଫିଲ୍ମ ହଲ ନିକଟରୁ ଗିରଫ କରି ୪୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି। ଯାହାର ଦାମ ୫ ଲକ୍ଷଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଦଣ୍ଡପାଣିଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଭୁବନେଶ୍ୱରରୁ ବ୍ରାଉନସୁଗାର ଦଣ୍ଡପାଣି ଆଣି ନୟାଗଡରେ ବ୍ରାଉନସୁଗାର ବିକ୍ରି କରୁଥିଲେ।