Categories: ଜାତୀୟ

୪୭ ଆଇଏଏସ୍‌ ଏବଂ ଆଇପିଏସ୍‌ଙ୍କ ବଦଳି କଲେ ରାଜ୍ୟ ସରକାର

ଭୋପାଳ, ୧୧।୦୮: ରାଜ୍ୟରେ ୪୭ ଜଣ ଆଇଏଏସ୍‌ ଏବଂ ଆଇପିଏସ୍‌ଙ୍କ ବଦଳି କରିଛନ୍ତି ମଧ୍ୟ ପ୍ରଦେଶ ସରକାର । ମନ୍ଦସୌରର ପୋଲିସ୍‌ ଅଧୀକ୍ଷକ ଅନୁରାଗ ସୁଜନିଆଙ୍କ ସ୍ଥାନରେ ଏବେ ଅଭିଷେକ ଆନନ୍ଦ ମନ୍ଦସୌର ଜିଲାର ନୂଆ ଏସ୍‌ପି ହୋଇଛନ୍ତି । ଏଥିସହିତ, ଦୀନେଶ ଚନ୍ଦ୍ର ଜୈନଙ୍କ ସ୍ଥାନରେ ହିମାଂଶୁ ଚନ୍ଦ୍ର ନେମୁଚ ନୂତନ ଜିଲାପାଳ ଭାବେ ଦାୟିତ଼୍ବ ନେବେ । ମଧ୍ୟପ୍ରଦେଶ ସରକାରଙ୍କ ଗୃହ ବିଭାଗ ଏହି ଅଧିକାରୀମାନଙ୍କ ବଦଳିର ଏକ ଲମ୍ବା ତାଲିକା ପ୍ରକାଶ କରିଛି। ଏତେ ବଡ଼ ଆକାରର ବଦଳି ପାଇଁ କୌଣସି ର୍ନିଦ୍ଦିଷ୍ଟ କାରଣ ପ୍ରକାଶ କରିନାହାନ୍ତି ରାଜ୍ୟ ସରକାର । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରହିଛି। ଏହା ସତ୍ତ଼୍େବ ବଡ ଧରଣର ଅଦଳ ବଦଳକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Share