ମସ୍କୋ: ଅବସାଦ, ଭୟ ଓ ଚିନ୍ତା ପରି ବିରାଟ ସମସ୍ୟାର ସମାଧାନ ପାଇଁ ରୁଷିଆର ଏକ କମ୍ପାନୀ ନିଆରା ଥେରାପି ବ୍ୟବସ୍ଥା କରିଛି। ରୁଷିଆରେ ପ୍ରେକାଟେଡ୍ ଏକାଡେମୀ ନାମରେ ଥିବା ଏକ କମ୍ପାନୀ ଲୋକଙ୍କୁ ସାଇଚିକ୍ ଥେରାପି ଯୋଗାଉଛି, ଯାହାର ମୂଲ୍ୟ ୪୭ ଲକ୍ଷ ଟଙ୍କା। ତେବେ ଏହି ଥେରାପି ଦ୍ୱାରା ମାନସିକ ଚିନ୍ତା ଓ ଭୟରୁ ତ୍ରାହି ମିଳପାରିବ। ପଦ୍ଧତି ଅନୁସାରେ ଜୀବନ୍ତ ମଣିଷକୁ କଫିନ୍ରେ ଭର୍ତ୍ତି କରି ମାଟି ତଳେ ପୋତିଦିଆଯାଏ। ଥେରାପିଟିକୁ ରୁଷିଆର ଏସ୍ଟି ପିଟର୍ସବର୍ଗରେ କରାଯିବ। ଯେଉଁମାନଙ୍କ ପାଇଁ ୪୭ ଲକ୍ଷ ଟଙ୍କାର ଥେରାପି ନେବା କଷ୍ଟକର ହୋଇପଡୁଛି ସେହିମାନଙ୍କ ପାଇଁ ୧୨ ଲକ୍ଷ ଟଙ୍କାର ଏକ ଥେରାପି ମଧ୍ୟ ଉପଲବ୍ଧ ରହିଛି। ଥେରାପି ନେଉଥିବା ବ୍ୟକ୍ତି ଅନ୍ଲାଇନ୍ରେ ଦେଖିପାରିବେ।