ଭାରତରେ ୪୭ପ୍ରତିଶତ ଲୋକଙ୍କର ଅଛି ଚାକିରି ହରାଇବାର ଭୟ

ନୂଆଦିଲ୍ଲୀ,୮।୭: ଭାରତରେ ପ୍ରାୟ ୪୭ ପ୍ରତିଶତ ଲୋକ ଚାକିରିକୁ ନେଇ ଅସୁରକ୍ଷିତ ମନେ କରନ୍ତି। ୧୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣଙ୍କ ମଧ୍ୟରେ ଚାକିରି ହରାଇବାର ଭୟ ରହିଥାଏ। ଏଡିପି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଏକ ସର୍ଭେର ଏହା ଜଣାପଡିଛି। ୧୭ଟି ଦେଶରେ କରାଯାଇଥିବା ଏକ ସର୍ଭେରେ ଏହି ସୂଚନା ପ୍ରକାଶ ପାଇଛି। ଅନ୍ୟ ଦେଶର ୧୦ଜଣ କର୍ମଚାରୀଙ୍କ ମଧ୍ୟରୁ ଚାରିଜଣ ଏହାକୁ ନେଇ ଚିନ୍ତିତ ଥିବାବେଳେ ଆମ ଦେଶରେ ଏହି ସଂଖ୍ୟା ପାଞ୍ଚ ରହିଛି। ଦେଶରେ ଯୁବକମାନେ ଚାକିରିକୁ ନେଇ ସବୁଠାରୁ ଅଧିକ ଅସୁରକ୍ଷିତ ମନେ କରନ୍ତି।

୩୨ହଜାର ଲୋକଙ୍କ ନେଇ କରାଯାଇଥିବା ସର୍ଭେ ଅନୁଯାୟୀ ପ୍ରାୟ ୫୦ ପ୍ରତିଶତ (୧୮-୨୪ ବର୍ଷ) କର୍ମଚାରୀ ନିଜ ଚାକିରିକୁ ନେଇ ଅସୁରକ୍ଷିତ ମନେ କରନ୍ତି। ଯେଉଁମାନେ ୫୫ ବର୍ଷ ବୟସ ସେମାନଙ୍କ ମଧ୍ୟରୁ ୨୪ ପ୍ରତିଶତ ବିଶ୍ୱାସ କରନ୍ତି ଯେ, ସେମାନଙ୍କର ଚାକିରିର କୌଣସି ଗ୍ୟାରେଣ୍ଟି ନାହିଁ।

ସେହିପରି ପାଞ୍ଚଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ (୧୮-୨୪ ବର୍ଷ) ବର୍ଷକ ମଧ୍ୟରେ ନିଜ କମ୍ପାନୀ ପରିବର୍ତ୍ତନ କରିବାକୁ ଚିନ୍ତା କରିଥା’ନ୍ତି। ସେଥିମଧ୍ୟରୁ ଏକ ଚତୁର୍ଥାଂଶ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରନ୍ତି। ୧୭ପ୍ରତିଶତ ୫୫ ବର୍ଷରୁ ଅଧିକ ବୟସର ଲୋକ ଶୀଘ୍ର ଅବସର ନେବାକୁ ଚାହାଁନ୍ତି ବୋଲି ସର୍ଭେରୁ ଜଣାପଡିଛି।

Share