Categories: ଜାତୀୟ

ଦେଶରେ ୪୭ ପ୍ରତିଶତ ଅଞ୍ଚଳରେ ନାହିଁ ମୌସୁମୀ ବର୍ଷା: ଚିନ୍ତାରେ ଚାଷୀ…

ନୂଆଦିଲ୍ଲୀ,୨୮।୬ : କେରଳରେ ପହଞ୍ଚିବାରେ ୭ ଦିନ ବିଳମ୍ବ ଏବଂ ଦକ୍ଷିଣ ଉପଦ୍ୱୀପ ଉପରେ ସପ୍ତାହେ ଧରି ଅଟକି ରହିଥିବା ସତ୍ତ୍ୱେତ୍ତେ୍‌ଦକ୍ଷିଣ-ପଶ୍ଚିମ ମୌସୁମୀ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା କରିଛି। ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବିପର୍ଯ୍ୟୟର ପ୍ରଭାବ ଶେଷ ହେବା ମାତ୍ରେ ମୌସୁମୀ ଗାଙ୍ଗେଟିକ ସମତଳ ଭୂମିରେ ପ୍ରବେଶ କରଛି। ଜୁନ ମାସର ଶେଷ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ଦେଶରେ ସାମଗ୍ରିକ ବୃଷ୍ଟିପାତର ଅଭାବ ପୂରଣ ହୋଇଛି। କିନ୍ତୁ ଦେଶର ୪୭ ଅଞ୍ଚଳରେ ମୌସୁମୀ ବର୍ଷା ହୋଇ ନାହିଁ। ବିହାର, ଝାଡଖଣ୍ଡ ଏବଂ ଗାଙ୍ଗେଟିକ ପଶ୍ଚିମବଙ୍ଗ ଭଳି ରାଜ୍ୟ ଏହି ତାଲିକାରେ ଅଛନ୍ତି। ଏସବୁ ରାଜ୍ୟରେ କୃଷକମାନେ ସେମାନଙ୍କର ଖରିଫ ଫସଲ ବୁଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ମୌସୁମୀର ଦେଖା ନାହିଁ। ଏନେଇ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସମଗ୍ର ଦେଶରେ ଥିବା ୩୬ ଟି ଉପ-ବିଭାଗ ଅଞ୍ଚଳ ମଧ୍ୟରୁ ୨୦ ଟି ଅଞ୍ଚଳ ବର୍ଷା ଅଭାବର ସମ୍ମୁଖୀନ ହେଉଛନ୍ତି। ଏହି ଉପ-ବିଭାଗୀୟ ଅଞ୍ଚଳ ଭାରତର ପ୍ରାୟ ୪୭ ପ୍ରତିଶତ ଜମିକୁ ଅନ୍ତର୍ଭୁକ୍ତ କରିଛି ଯେଉଁଥିରେ ବିହାର, ମଧ୍ୟପ୍ରଦେଶ ମହାରାଷ୍ଟ୍ର, ମରାଠୱାଡା, ଗାଙ୍ଗେଟିକ ପଶ୍ଚିମବଙ୍ଗ, ଝାଡଖଣ୍ଡ, ପୂର୍ବ ଉତ୍ତରପ୍ରଦେଶ, ବିଦର୍ଭ, ତେଲେଙ୍ଗାନା, ରୟାଲସିମା ଏବଂ ଛତିଶଗଡ ରହିଛି। ବିହାର ଭଳି ଗୁରୁତ୍ୱପୂର୍ଣ୍ଣ ଚାଉଳ ଉତ୍ପାଦନକାରୀ ରାଜ୍ୟରେ ବର୍ଷାର ଅଭାବ ୭୮ ପ୍ରତିଶତ କମ୍‌ ହୋଇଥିବାବେଳେ ପୂର୍ବ ଉତ୍ତରପ୍ରଦେଶ, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଏହା ୫୦ ପ୍ରତିଶତ କମ୍‌ ହୋଇଛି।

Share