Categories: ଜାତୀୟ

ବିମାନରେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା: ବନ୍ଧା ହେଲେ ପ୍ରଫେସର

ନୂଆଦିଲ୍ଲୀ,୨୯ା୭: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଜଣେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଜଣେ ପ୍ରଫେସର ଗିରଫ କରିଛି।

ଗତ ବୁଧବାର ଅପରାହ୍ନରେ ବିମାନଟି ଦିଲ୍ଲୀ ଛାଡ଼ିଥିଲା। ଅଭିଯୁକ୍ତ ଏବଂ ୨୪ ବର୍ଷୀୟା ମହିଳା ଯାତ୍ରୀ ପାଖାପାଖି ସିଟ୍‌ରେ ବସିଥିଲେ। ହେଲେ ମୁମ୍ବାଇରେ ବିମାନ ଅବତରଣ କରିବା ପୂର୍ବରୁ ପ୍ରଫେସର ଜଣକ ମହିଳାଙ୍କୁ ଅସଂଗତ ଭାବେ ସ୍ପର୍ଶ କରିଥିଲେ ବୋଲି ମହିଳା ଡାକ୍ତର ଜଣକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ମୁମ୍ବାଇରେ ବିମାନ ଅବତରଣ ପରେ ଉଭୟ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ପ୍ରଫେସରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେ କୋର୍ଟରୁ ଜାମିନ ପାଇଥିବା ଜଣାପଡିଛି।

Share