୪୭୭ ଜଣ ମାଡି ବସିଛନ୍ତି ୩୯ ଏକର ସରକାରୀ ଜମି

ଭବାନୀପାଟଣା, ୨୬।୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ସହରରେ ଦିନକୁ ଦିନ ଜବର ଦାଖଲକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଜାଗାକୁ ଜବରଦଖଲକାରୀମାନେ ମାଡି ବସିଥିବାରୁ ରାସ୍ତା ସଙ୍କୁଚ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଗତ କିଛି ଦିନ ତଳେ ଲୋକସଭାରେ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଜୁନାଗଡ଼ ସହରରେ ରାସ୍ତା ସଙ୍କୁଚିତ ହେବା ଯୋଗୁଁ ଦୁର୍ଘଟଣା ଘଟୁଥିବା ତଥା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଏଠାରେ ଏକ ବାଇପାସ ରାସ୍ତା ନିର୍ମାଣ କରିବା ନେଇ ବାଚସ୍ପତିଙ୍କ ଜରିଆରେ ସଡ଼କ ପରିବହନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜୁନାଗଡ଼ ତହସିଲରୁ ମିଳିଥିବା ସୂଚନା ଅନୁଯାୟୀ ଜୁନାଗଡ଼ ସହରର ୪୭୭ ଜଣ ବ୍ୟକ୍ତି ୩୯ ଏକର ସରକାରୀ ଜମିକୁ ଜବର ଦଖଲ କରିଛନ୍ତି। ଯାହାର ସରକାରୀ ମୂଲ୍ୟ ଶହେ କୋଟିରୁ ଉଦ୍ଧର୍‌ବ। ଜବରଦଖଲକାରୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ, ଆଇନଜୀବୀ, ଖବରଦାତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ସାମାଜିକ କର୍ମୀ ତଥା ଅନେକ ପ୍ରଭାବଶାଳୀ ଲୋକ ରହିଥିବା ଏକ ରିପୋର୍ଟରୁ ଜଣାପଡିଛି। ଗତ କିଛିବର୍ଷ ତତ୍କାଳୀନ ତହସିଲଦାର ଉପେନ୍ଦ୍ର ଲୁହା ଏହି ଜବରଦଖଲକାରୀଙ୍କୁ ଚିହ୍ନଟ କରିବା ସହ ତହସିଲ ପକ୍ଷରୁ ନୋଟିସ ମଧ୍ୟ କରିଥିଲା। ତେବେ ତାଙ୍କ ବଦଳି ପରେ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ଜୁନାଗଡ଼ ସହରରେ ୧୨ଟି ୱାର୍ଡ ରହିଥିବାବେଳେ ଗତ ୨୦୧୧ ଜନଗଣନା ଅନୁସାରେ ମୋଟ ୧୯ହଜାର ୬୫୬ ଲୋକ ବସ ବାସ କରୁଥିଲେ। ଯାହାକି ବର୍ତ୍ତମାନ ପ୍ରାୟ ୨୫ ହଜାରରେ ପହଞ୍ଚିଲାଣି। ଜୁନାଗଡ ସହରର ଅସଲି ଜୁନାଗଡିଆ ବନ୍ଧହୁଡାରେ ବାସ କରୁଥିବାବେଳେ ମୁଷ୍ଟିମେୟ, ପ୍ରଭାବଶାଳୀ ଲୋକମାନେ ପ୍ରଶାସନ ଓ ରାଜନେତାଙ୍କ ହାତବାରିସି କରି ସରକାରୀ ଜମିକୁ ଜବରଦଖଲ କରି ବର୍ଷବର୍ଷ ଧରି ରହିଆସୁଛନ୍ତି। ଯଦି କୌଣସି ପ୍ରଶାସନିକ ଅଧିକାରୀ ଏ ନେଇ ଉଚ୍ଛେଦ ପ୍ରକିୟା ଆରମ୍ଭ କଲେ ସ୍ଥାନୀୟ ରାଜନେତାମାନେ ଉକ୍ତ ଅଧିକାରୀମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସରକାରଙ୍କୁ ଚାପ ସୃଷ୍ଟି କରୁଥିବା ପୂର୍ବରୁ ଅଭିଯୋଗ ହୋଇଛି। ଜୁନାଗଡ ସହରରେ ଗତ ୧୯୬୮ରୁ ସରକାରୀ ଜମି ଜବରଦଖଲ ପାଇଁ ଚିହ୍ନଟ ହୋଇଥିବାବେଳେ କିଛି ପ୍ରଭାବଶାଳୀ ଲୋକ ରାଜନେତାମାନଙ୍କ ଭୋଟ ବ୍ୟାଙ୍କ ଭାଙ୍ଗିବା ଭୟରେ ଆଜି ପର୍ଯ୍ୟନ୍ତ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହୋଇ ନାହିଁ। କିଛି ଜବରଦଖଲକାରୀ ରାସ୍ତାକଡ ସରକାରୀ ସ୍ଥାନରେ କମ୍ପଲେକ୍ସ, ଦୋକାନ ନିର୍ମାଣ କରିଛନ୍ତି। ଅଗଷ୍ଟ ୧୪ରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଝାରୀ ଭବାନୀପାଟଣାରେ କହିଥିଲେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri