୪୮ କେଜି ଗଞ୍ଜେଇ, ୨ ବାଇକ ଜବତ: ଦୁଇ ଭାଇ ଗିରଫ

ଦେବଗଡ ,୨୬।୩(ଶଶାଙ୍କ ଶେଖର ଝାଙ୍କର):କୁଣ୍ଢେଇଗୋଳା ଥାନା ଚଡେଇମରା ପଞ୍ଚାୟତ ତୁଙ୍ଗାମାଳ ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ନୂଆପାଟଣା ପୋଲ ନିକଟରେ ପୋଲିସ ଚଢାଉ କରି ୪୮ କେଜି ଗଞ୍ଜେଇ ସମେତ ଦୁଇ ବାଇକ ଜବତ କରିଛି। ଏହି ଘଟଣାରେ ଦୁଇ ଭାଇଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ଦୁଇ ଭାଇ ବାଗଡିଆ ଥାନା ପିମ୍ପଲବାହାଳ ଗ୍ରାମର ଉମାକାନ୍ତ ପୋଢଙ୍କ ଦୁଇ ପୁଅ ସିପୁ ପୋଢ (୩୦) ଏବଂ ଲିପୁ ପୋଢ (୨୮) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ତୁଙ୍ଗାମାଳ ରାସ୍ତା ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା କୁଣ୍ଢେଇଗୋଳା ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ପରେ କୁଣ୍ଢେଇଗୋଳା ଥାନା ଅଧିକାରୀ ଜୋହନ କୁଜୁରଙ୍କ ନେତୃତ୍ୱରେ ସଦଳବଳେ ନୂଆପାଟଣା ପୋଲ ନିକଟରେ ଛକି ରହିଥିଲେ। ଉକ୍ତ ରାସ୍ତା ଦେଇ ସନ୍ଦେହଜନକ ଭାବେ ଦୁଇଟି ବାଇକ ଆସୁଥିବାବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଉକ୍ତ ଦୁଇ ବାଇକରେ ଥିବା ବସ୍ତାରୁ ଗଞ୍ଜେଇ ଜବତ ହୋଇଥିବାବେଳେ ଉଭୟ ବାଇକରେ ଥିବା ଦୁଇ ଭାଇଙ୍କୁ ଗିରଫ କରାଯାଇଥିଲା। ପରେ ଏକଜିକ୍ୟୁଟିଭ ମାଜିଷ୍ଠ୍ରେଟ ତଥା ରିଆମାଳ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ୪୮ କେଜି ଗଞ୍ଜେଇ ଥିବା ଜଣାପଡିଥିଲା।

ଘଟଣାସ୍ଥଳରୁ ଗଞ୍ଜେଇ ଏବଂ ଚୋରାଚାଲାଣରେ ବ୍ୟବହୃତ ଦୁଇ ବାଇକ ଜବତ କରିବା ସହିତ ଅଭିଯୁକ୍ତ ଭାଇ ଦ୍ୱୟଙ୍କୁ ଗିରଫ କରି ଥାନାରେ ରଖାଯାଇଛି। ପ୍ରାଥମିକ ତଦନ୍ତ ବେଳେ ବୌଦ୍ଧ ଜିଲାରୁ ଗଞ୍ଜେଇ ଆଣି ବିକ୍ରି ପାଇଁ ଚୋରାଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆସନ୍ତାକାଲି ଉଭୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟାରେ ମହାବାରୁଣୀ ସ୍ନାନ, ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରଦ୍ଧାଳୁ…

ପୁରୁଷୋତ୍ତମପୁର,୨୭ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ଗୁରୁବାର...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ମାପଚୁପରେ ସୀମିତ ରହିଯିବନି ତ ଉଚ୍ଛେଦ !

ବରଗଡ, ୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚେତାବନୀ ଦେବା ପରେ ପୌର...

ଟିକରପଡାରେ ୧୮ଟିକିଆ ହାତୀ, ଦଳିଦେଲେ ବଇତାଳୁ ଫସଲ

କେନ୍ଦୁଝର,୨୭।୩ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବନାଞ୍ଚଳ ଅଞ୍ଚଳରେ ୧୮ଟିକିଆ ହାତୀପୋଲ ଆତଙ୍କ ଖେଳାଇ ଚାଲିଛନ୍ତି। ଗତକାଲି ସଂଧ୍ୟାରେ ସଲରାପଣ୍ଠ ଜଙ୍ଗଲରୁ ବାହାରି...

ବିବାହ କାର୍ଡ ବାଣ୍ଟିବାକୁ ଯାଇଥିଲେ ଯୁବକ, ଚାପିଦେଲା ଟ୍ରକ୍‌

ସଇଁନ୍ତଳା,୨୭ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ଥାନା ନିକଟରେ ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ...

ନଗ୍ନ ଭିଡିଓ ଭାଇରାଲ ଧମକ ଦେଇ ପିଉସା କରୁଥିଲେ ବଳାତ୍କାର, ଏବେ ଝିଆରୀ ୩ ମାସର ଗର୍ଭବତୀ

ବାରିପଦା,୨୭ା୩(ନୀଳାଦ୍ରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜନୈକା ଦଶମ ଶ୍ରେଣୀ ଛାତ୍ରୀଙ୍କ ନଗ୍ନ ଭିଡିଓ ଭାଇରାଲ ଧମକରେ ସମ୍ପର୍କୀୟ ପିଉସା ବାରମ୍ବାର...

ବାପା ଆଗରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ

କେନ୍ଦୁଝର,୨୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ) ଟ୍ରକ ଧକ୍କାରେ ଚାଲିଗଲା ୫ବର୍ଷ ଶିଶୁର ଜୀବନ। ବାପା ଆଗରେ ଚାଲିଗଲା ଶିଶୁର ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ଯୋଡ଼ା...

ହୋମ୍‌ଗାର୍ଡ ପରୀକ୍ଷା ବେଳେ ଅଚେତ ହୋଇପଡ଼ିଥିଲେ ପରୀକ୍ଷାର୍ଥୀ, ଚିକିତ୍ସାଧୀନ ଅବସ୍ଥାରେ…

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ରିଜର୍ଭ ପୋଲିସ ପଡ଼ିଆରେ ଚାଲିଥିଲା ଶାରିରୀକ ପରୀକ୍ଷା। ଏହି ପରୀକ୍ଷା ବେଳେ ଏକ ଦୁଃଖଦ ଘଟଣା ଘଟିଛି। ପରୀକ୍ଷା ପାଇଁ...

ଛାତ୍ରୀ ମୃତ୍ୟୁ ଘଟଣା: ହଷ୍ଟେଲ ଛାଡିଲେ ୧୭୦ ଅନ୍ତେବାସୀ

ଉଦଳା,୨୭।୩(ସନ୍ତୋଷ କୁମାର ବାଛିନି): ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ପରେ ଚିନ୍ତାରେ ଅଭିଭାବକ। ବିଳମ୍ବିତ ରାତିରେ ହଷ୍ଟେଲ ଛାଡିଲେ ଅନ୍ତେବାସିନୀ। ଅନଷୋ ହଷ୍ଟେଲରେ ନବମ ଶ୍ରେଣୀ ଛାତ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image