୪୮ କେଜି ଗଞ୍ଜେଇ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୨୬।୧୦(ଡି.ଏନ.ଏ.): ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଆଦିବାସୀ ଗ୍ରାମାଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ କରିବା ଅଭିଯୋଗରେ ପୋଲିସ ରବିବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କ.ନୂଆଗାଁ ଥାନା ଗୁଞ୍ଜିବାଡ଼ିର ମିଥୁନ ଦିଗାଳ ଓ ଜଗତସିଂହପୁର ଜିଲା ଆଳିପିଙ୍ଗଳର ଉଲ୍ଲାସ ଚନ୍ଦ୍ର ମଲ୍ଲିକ। ତାଙ୍କଠାରୁ ୪୮ କେ.ଜି. ୨ ଶହ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି। ଏ ନେଇ ନଂ. ୧୨୮/୨୦ରେ ମାମଲା ରୁଜୁ କରାଯାଇଛି। ବାଲିଗୁଡ଼ା ସମେତ କ.ନୂଆଗାଁ ଅଞ୍ଚଳରୁ ଅଭିଯୁକ୍ତମାନେ ଗଞ୍ଜେଇ ସଂଗ୍ରହ କରି ଜିଲା ବାହାରକୁ ନେବାକୁ କୌଣସି ଏକ ଗାଡ଼ିକୁ ଅପେକ୍ଷା କରିଥିଲେ। ଖବର ପାଇ ଦାରିଙ୍ଗବାଡ଼ି ପୋଲିସ ସେଠାରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଥିଲା।

Share