ବସ୍‌ ଉପରେ ଚଢିଗଲା ଟ୍ରକ୍‌, ୪୮ମୃତ୍ୟୁ

ନାଇରୋବି,୧।୭: କେନିଆର ଲୋଣ୍ଡିଆନୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ଘଟିଛି। ଏକ ସିପିଂ କଣ୍ଟେନର ନେଇ ଯାଉଥିବା ଏକ ଟ୍ରକ ରାସ୍ତାରେ ଯାଉଥିବାବେଳେ ବସଷ୍ଟାଣ୍ଡରେ ଥିବା ଏକ ମିନି ବସ୍‌ ଉପରକୁ ମାଡି ଯାଇଥିଲା। ଏହାପରେ ପଥଚାରୀଙ୍କ ଉପରକୁ ଚଢି ଯାଇଥିଲା। କେନିଆର ରାଜଧାନୀ ନାଇରୋବି ଠାରୁ ୨୨କି.ମି ଦୂରରେ ଏହି ଦୁର୍ଘଟଣା ଘଟିଛି। କେରୋଚି ଏବଂ ନାକୁରୁ ସହର ମଧ୍ୟରେ ଥିବା ରାଜପଥରେ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ପୋଲିସ କମାଣ୍ଡର ଜେଫ୍ରି ମାୟେକ ସୂଚନା ଦେଇଛନ୍ତିି। ଘଟଣାରେ ୩୦ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଅଧିକାରୀ କହିଛନ୍ତି। ଏଥିସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢିପାରେ ବୋଲି ସୂଚନା ମିଳିଛି।

Share