Categories: ଜାତୀୟ

ରୋପ୍‌ ଓ୍ବେରେ ଲଟକିଛି ୪୮ ଜୀବନ, ବିତିଲାଣି ୨୦ ଘଣ୍ଟା…

ରାଞ୍ଚି, ୧୧।୪ : ଝାଡଖଣ୍ଡର ସର୍ବୋଚ୍ଚ ତ୍ରିକୁଟ ରୋପ୍‌ ୱେର ଟ୍ରଲି ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଫଳରେ ପ୍ରାୟ ୧୮ ଟ୍ରଲି ରବିବାର ସନ୍ଧ୍ୟାରୁ ଗତ ୨୦ ଘଣ୍ଟାରୁ ଅଧିକ ସମୟ ଧରି ଉପରେ ଳଟକି ରହିଛି। ଏସବୁ ଟ୍ରଲିରେ ୪୮ ଜଣ ଲୋକ ରହିଛନ୍ତି।

ସେମାନଙ୍କ ପାଖରେ ଡ୍ରୋନ୍‌ ଦ୍ୱାରା ଆବଶ୍ୟକ ଖାଦ୍ୟ ପାନୀୟ ପହଞ୍ଚା ଯାଉଛି। ଏନଆରଡିଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ତେବେ, ପରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେନାକୁ ଡକାଯାଇଛି ଲୋକମାନେ ପାହାଡ ଉପରେ ଫସି ରହିଛନ୍ତି। ଏହି ଦୁର୍ଘଟଣାରେ ବହୁ ଲୋକ ମଧ୍ୟ ଆହତ ହୋଇଛନ୍ତି। ଉପରେ ଅଟକି ରହିଥିବା ଲୋକଙ୍କ ମଧ୍ୟରେ ଛୋଟ ପିଲା ଏବଂ ମହିଳା ମଧ୍ୟ ଅଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ସେନା ଲୋକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରିବାରେ ଅସଫଳ ରହିଛି। ହେଲିକପ୍ଟର ପଙ୍ଖା ପବନରେ ଟ୍ରଲି ଜୋରରେ ଥରିବାକୁ ଲାଗିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଜିଲାପାଳ ମଞ୍ଜୁନାଥ ଭୈଜନ୍ତ୍ରି କହିଛନ୍ତି ଯେ ବର୍ତ୍ତମାନ ରୋପ୍‌ ଓ୍ବେ ବନ୍ଦ ରହିଛି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭାରତୀୟ ବାୟୁସେନା କହିଛି ଯେ ଦୁଇଟି ଏମ୍‌ଆଇ -୧୭ ହେଲିକପ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Share