ରାଜଧାନୀରୁ ୪୮ ନୂଆ ପଜିଟିଭ୍‌ ଚିହ୍ନଟ: ଲକ୍ଷ୍ମୀସାଗର-ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସର୍ବାଧିକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରୁ କରୋନା ସଂକ୍ରମଣ କମୁଥିବା ଦେଖାଯାଉଛି। ଏହି କ୍ରମରେ ମଙ୍ଗଳବାର ସହରରେ ୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀର ମୋଟ ସଂକ୍ରମିତ ସଂଖ୍ୟା ୩୦,୨୨୭କୁ ବୃଦ୍ଧି ପାଇଛି। ସେଥିରୁ ୨୯୩୫୮ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୬୫୦ ଆକ୍ଟିଭ କେସ୍‌, ୧୯୮ଙ୍କ ମୃତ୍ୟୁ ଘଟିଛି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୧ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୩୭ ଲୋକାଲ କେସ୍‌ ରହିଛି। ବିଶେଷକରି ଲକ୍ଷ୍ମୀସାଗର ଅଞ୍ଚଳରୁ ସର୍ବାଧିକ ୫ ଏବଂ ଚନ୍ଦ୍ରଶେଖରପୁରରୁ ୪ଜଣ ଆକ୍ରାନ୍ତ ଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share