Categories: ଜାତୀୟ

ଅଙ୍କୁର ଭାଟିଆଙ୍କ ପରଲୋକ

ନୂଆଦିଲ୍ଲୀ,୪।୬: ଇଣ୍ଡିଗୋ ମାଲିକ ତଥା ବାର୍ଡ ଗ୍ରୁପ (ଆଇବିସ୍‌)ର କାର୍ଯ୍ୟକାରୀ ମୁଖ୍ୟ ଅଙ୍କୁର ଭାଟିଆଙ୍କ ଶୁକ୍ରବାର ହୃଦଘାତ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। କିଛି ସପ୍ତାହ ତଳେ ସେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିଲେ। ଶୁକ୍ରବାର ସକାଳେ ସେ ସାଇକେଲ ଚଳାଉଥିବାବେଳେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସେ ୧୯୯୪ରେ ଆମାଡେଅସ ବ୍ରାଣ୍ଡକୁ ଭାରତୀୟ ଉପ ମହାଦେଶକୁ ଆଣିଥିଲେ। ଏହା ଏବେ ଟ୍ରାଭେଲ ଏଜେଣ୍ଟ ଓ ବିମାନ ସେବା ପାଇଁ ଟ୍ରାଭେଲ ଟେକ୍‌ନୋଲୋଜି ଯୋଗାଉଛି। ୨୦୧୯ରେ ଆମାଡେଅସ ବ୍ରାଣ୍ଡ ସଫଳତାର ସହ ୨୫ ବର୍ଷ ପୂରା କରିଥିଲା।

Share