Advertisement

ନୟାଗଡ଼ରେ ପହଞ୍ଚିଲା ୪୮୦୦ ଇଭିଏମ୍‌

ନୟାଗଡ଼ ଅଫିିସ,୨୦ା୪: ନିର୍ବାଚନକୁ ବର୍ଷେ ଥିବା ବେଳେ ନୟାଗଡ଼ରେ ପହଞ୍ଚିଛି ଇଭିଏମ୍‌ ମେଶିନ। ୪ଟି କଣ୍ଟେନରେ ପ୍ରାୟ ୪ ହଜାର ୮ଶହ ଇଭିଏମ୍‌ ଏବଂ ଅନ୍ୟାନ୍ୟ ନିର୍ବାଚନ ସଂକ୍ରାନ୍ତୀୟ ଯନ୍ତ୍ରାଂଶ ନୟାଗଡ଼ରେ ପହଞ୍ଚିଛି। ଏଥିରେ ୨୪୦୦ ବାଲଟ ୟୁନିଟ୍‌ ଏବଂ ୨୪୦୦ କଣ୍ଟ୍ରୋଲ ୟୁନିଟ୍‌ ରହିଥିବା ଜଣାପଡ଼ିଛି। ସ୍ଥାନୀୟ ନୟାଗଡ଼ ତହସିଲଦାର ତଥା ନିର୍ବାଚନ ନୋଡାଲ ଅଧିକାରୀ ଭିକାରୀ ସାହୁ ଏବଂ ଅନ୍ୟ କିଛି ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ହାଇଦ୍ରାବାଦରୁ ଆସିଥିବା ସମସ୍ତ ଇଭିଏମ୍‌ ମେଶିନକୁ ସୁରକ୍ଷିତ ରଖାଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପରେ ଏହି ସମସ୍ତ ଇଭିଏମ୍‌ ମେଶିନକୁ ହାଇଦ୍ରାବାଦରେ ରଖାଯାଇଥିଲା। ନୟାଗଡ଼ରେ ପହଞ୍ଚିଥିବା ଇଭିଏମ୍‌କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share