Categories: ବାଣିଜ୍ୟ

୪୮,୦୦୦ ଇଭି ଚାର୍ଜର ଷ୍ଟେଶନ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ, ୭ା୪: ଆଗାମୀ ୩-୪ ବର୍ଷ ମଧ୍ୟରେ ଦେଶରେ ୧୪,୦୦୦ କୋଟି ଟଙ୍କା ବନିମୟରେ ୪୮,୦୦୦ ଅଧିକ ଇଲେକ୍‌ଟ୍ରିକ୍‌ ଭେହିକିଲ୍‌ (ଇଭି) ଚାର୍ଜର ଷ୍ଟେସନ ପ୍ରତିଷ୍ଠା କରାଯିବ। ଦେଶର ଇନ୍‌ଭେଷ୍ଟମେଣ୍ଟ ଇନ୍‌ଫର୍ମେସନ୍‌ ଆଣ୍ଡ୍‌ କ୍ରେଡିଟ୍‌ ରେଟିଂ ଏଜେନ୍ସି (ଆଇସିଆର୍‌ଏ) ପକ୍ଷରୁ ବୁଧବାର ଦିଆଯାଇଥିବା ରିପୋର୍ଟ ଅନୁସାରେ, ଦୁଇ-ତିନି ଚରିଆ ଯାନ ସହିତ ବସ୍‌ ସେଗ୍‌ମେଣ୍ଟରେ ମଧ୍ୟ ଇଭିର ବଜାର ପ୍ରବେଶ ବୃଦ୍ଧି ପାଇବା ଆଶା କରାଯାଇଥିବାରୁ ଚାର୍ଜିଂ ଭିତ୍ତିଭୂମିର ସମ୍ପ୍ରସାରଣ ଗୁକୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ନୂଆ ଇଭିଗୁଡ଼ିକର ବିକ୍ରି ୧୩%-୧୫% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବା ବେଳେ ଥ୍ରୀ-ହ୍ବିଲର ଏବଂ ବସ୍‌ ସେଗ୍‌ମେଣ୍ଟରେ ଏହାର ବିକ୍ରି ଯଥାକ୍ରମେ ୩୦% ଏବଂ ୮%-୧୦% ରହିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ଦେଶର କିଛି ରାଜ୍ୟର ସହରାଞ୍ଚଳଗୁଡିକରେ ୨୦୦୦ରୁ କମ୍‌ ସଂଖ୍ୟକ ଇଭି ଚାର୍ଜିଂ ଷ୍ଟେସନ୍‌ ରହିଥିବା ଆଇସିଆର୍‌ଏ ପକ୍ଷରୁ କୁହାଯାଇଛି।

Share