Categories: ଜାତୀୟ

ରେଳ ଲାଇନ କଡ଼ରୁ ହଟିବ ୪୮ ହଜାର ଝୁମ୍ପୁଡ଼ି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ପର୍ଯ୍ୟାୟକ୍ରମେ ଝୁମ୍ପୁଡ଼ିଗୁଡ଼ିକୁ ହଟାଯିବ। ରେଲଓ୍ବେ ସୁରକ୍ଷା ଜୋନ୍‌ରେ ବେଆଇନ ଦଖଲ କରିଥିବା ଝୁମ୍ପୁଡ଼ିକୁ ପ୍ରଥମେ ହଟାଇ ଦିଆଯିବ। ୩ ମାସ ମଧ୍ୟରେ ୧୪୦ କିମି ଲମ୍ବ ରେଳ ଲାଇନ କଡ଼ରେ ଥିବା ଏସବୁ ଝୁମ୍ପୁଡ଼ିକୁ ଭଙ୍ଗାଯିବ। ଅନ୍ୟ କୌଣସି କୋର୍ଟ ଏନେଇ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରିକଲେ ତାହାର ପ୍ରଭାବ ସୁପ୍ରିମ୍‌କୋଟଙ୍କ ରାୟକୁ ବାଧା ଦେଇ ପାରିବ ନାହିଁ। ୧୯୮୫ଠାରୁ ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ସମୟରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ଏଭଳି ରାୟ ଦିଆଯାଉଛି। ୨୦୧୮ରେ ଝୁମ୍ପୁଡ଼ି ହଟାଇବା ପାଇଁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ରାଜନୈତିକ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇ ପାରି ନଥିବା ରେଲଓ୍ବେ ପକ୍ଷରୁ କୁହାଯାଇଛି।

Share