ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮୧୫ କ୍ୱାରାଣ୍ଟାଇନରୁ ଥିବା ବେଳେ ୨୦୨୮ ଲୋକାଲ କେସ୍ ରହିଛି। ଏହାଛଡ଼ା ସଂକ୍ରମିତଙ୍କ ମଧ୍ୟରେ ୬୬୩ ପିଲା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର ଟୁଇଟ୍ କରି ସୂଚନା ଦିଆଯାଇଛି।
ନୂତନ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୦୨୩ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୫୮, ବାଲେଶ୍ୱରରୁ ୧୫୨, ବରଗଡ଼ରୁ ୮୦, ଭଦ୍ରକରୁ ୬୦, ବଲାଙ୍ଗୀରରୁ ୯୫, ବୌଦ୍ଧ ୪୯, କଟକରୁ ୩୭୯, ଦେବଗଡ଼ରୁ ୭୩, ଢେଙ୍କାନାଳରୁ ୪୫, ଗଜପତିରୁ ୬୨, ଗଞ୍ଜାମରୁ ୬୭, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୬୬, ଝାରସୁଗୁଡ଼ାରୁ ୬୧, କଳାହାଣ୍ଡିରୁ ୧୫୮, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୭୦, କେନ୍ଦୁଝରରୁ ୮୧, କୋରାପୁଟରୁ ୫୦, ମାଲକାନଗିରିରୁ ୧୮, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୭, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୧୬୬, ପୁରୀରୁ ୭୨, ରାୟଗଡ଼ାରୁ ୯୯, ସମ୍ବଲପୁରରୁ ୧୨୮, ସୋନପୁରରୁ ୭୩, ସୁନ୍ଦରଗଡ଼ରୁ ୭୩୫ ଏବଂ ଷ୍ଟେଟ୍ ପୁଲରୁ ୧୮୮ ଆକ୍ରାନ୍ତ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୪୫,୯୧୧ରେ ପହଞ୍ଚିଛି। ଏବେ ରାଜ୍ୟରେ ୫୩,୦୯୦ ଆକ୍ଟିଭ୍ କେସ୍ ରହିଛି।
Covid-19 Report For 29th Jan
New Positive Cases: 4843
Of which 0-18 years: 663
In quarantine: 2815
Local contacts: 2028(Details of local contacts will be shared by concerned District)
1. Angul: 58
2. Balasore: 152
3. Bargarh: 80
4. Bhadrak: 60
5. Balangir: 95
6. Boudh: 49— I & PR Department, Odisha (@IPR_Odisha) January 30, 2022