ଗଞ୍ଜାମକୁ ବଳିଯିବ ଖୋର୍ଦ୍ଧା ସ୍ଥିତି: ଆଜି ଚିହ୍ନଟ ହେଲେ ସର୍ବାଧିକ ୪୮୮ ଆକ୍ରାନ୍ତ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଗୋଟିଏ ପଟେ ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ଦେଖାଯାଉଥିବା ବେଳେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା। ରବିବାର ରାଜ୍ୟରେ ୨୯୨୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିରୁ ସର୍ବାଧିକ ୪୮୮ଜଣ ଖୋର୍ଦ୍ଧାର ରହିଛନ୍ତି। ହେଲେ ଗଞ୍ଜାମରୁ ୩୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଖୋର୍ଦ୍ଧା ସଂଖ୍ୟାରୁ କମ୍‌ ଥିବା ଦେଖାଯାଉଛି। କ୍ରମାଗତ ଭାବେ ଏପରିସ୍ଥିତି ଲାଗି ରହିଥିବାରୁ ଖୁବ୍‌ଶୀଘ୍ର ଗଞ୍ଜାମ ସ୍ଥିତିକୁ ଖୋର୍ଦ୍ଧା ବଳିଯିବ ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶ ଥାଉ କି, ରବିବାର ୩୦ ଜିଲାରୁ ସର୍ବାଧିକ ୨୯୨୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮୧୫ଜଣ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧୧୦୯ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୦୦୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳର ୩୭, ବାଲେଶ୍ୱରର ୧୨୭, ବରଗଡ଼ର ୪୮, ଭଦ୍ରକ ୧୦୭, ବଲାଙ୍ଗୀରର ୨୭, ବୌଦ୍ଧରୁ ୮, କଟକରୁ ୧୮୯, ଦେବଗଡ଼ରୁ ୧୬, ଢ଼େଙ୍କାନାଳରୁ ୪୦, ଗଜପତିରୁ ୭୧, ଜଗତସିଂହପୁରରୁ ୪୭, ଯାଜପୁରରୁ ୨୦୦, ଝାରସୁଗୁଡ଼ାରୁ ୩୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୦, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୨୬, କୋରାପୁଟରୁ ୯୫, ମାଲକାନଗିରିରୁ ୯୩, ମୟୂରଭଞ୍ଜରୁ ୧୩୬, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୧୪୨, ନୂଆପଡ଼ାର ୨୦, ପୁରୀରୁ ୧୪୪, ରାୟଗଡ଼ାରୁ ୧୧୬, ସମ୍ବଲପୁରରୁ ୩୭, ସୋନପୁରରୁ ୩୮, ସୁନ୍ଦରଗଡ଼ରୁ ୧୬୧ଜଣ ରହିଛନ୍ତି।

Share