ମର୍ମନ୍ତୁଦ ସଡକ ଦୁର୍ଘଟଣା ୪୯ ମୃତ

ମେକ୍ସିକୋ,୧୦।୧୨: ଦକ୍ଷିଣ ମେକ୍ସିକୋର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ କାର୍ଗୋ ଟ୍ରକ ଶତାଧିକ ଲୋକଙ୍କୁ ନେଇ ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିବା ସହ ଏକ ବ୍ରିଜ୍‌କୁ ଧକ୍କା ଦେଇଛି। ଏଥିରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି। କାର୍ଗୋ ଟ୍ରକ୍‌ କେନ୍ଦ୍ରୀୟ ଆମେରିକାରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ବେଳେ ଏପରି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।

ଚିଆପାସ ରାଜ୍ୟ ସିଭିଲ ଡିଫେନ୍ସ କାର୍ଯ୍ୟାଳୟର ମୁଖ୍ୟ ଲୁଇସ ମାନୁଏଲ ମୋରେନୋ କହିଛନ୍ତି ଯେ, ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଟ୍ରକ୍‌ରେ ପ୍ରାୟ ୧୦୭ ଜଣ ଲୋକ ଥିବା ଜଣାପଡିଛି।

Share