ବୋଟ୍‌ ବୁଡ଼ି ୪୯ ଶରଣାର୍ଥୀ ମୃତ

କାଇରୋ,୧୧ା୬ : ଶରଣାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ୟେମେନ ଉପକୂଳରେ ବୁଡ଼ିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିବା ସହ ୧୪୦ ଜଣ ନିଖୋଜ ହୋଇଯାଇଛନ୍ତି। ଜାତିସଂଘର ଅନ୍ତର୍ଜାତୀୟ ଦେଶାନ୍ତର ଗମନ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୋମାଲିଆର ଉତ୍ତର ଉପକୂଳରୁ ୨୬୦ରୁ ଊର୍ଦ୍ଧ୍ୱ ସୋମାଲି ଓ ଇଥିଓପିଆ ନାଗରିକ ଆଡେନ୍‌ ଉପସାଗର ଦେଇ ବୋଟ୍‌ରେ ଯାଉଥିବାବେଳେ ସୋମବାର ଏହା ୟେମେନ୍‌ ଉପକୂଳରେ ବୁଡ଼ିଯାଇଥିଲା।

ତଲାସି ଅଭିଯାନ ଜାରି ରହିଥିବାବେଳେ ୭୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରୁ ୩୧ଜଣ ମହିଳା ଓ ଛୋଟ ପିଲା। ପୂର୍ବ ଏବଂ ଉତ୍ତରପୂର୍ବ ଆଫ୍ରିକାରୁ ବହୁ ସଂଖ୍ୟାରେ ଲୋକ ଉପସାଗରୀୟ ଦେଶରେ କାମଧନ୍ଦା ପାଇଁ ଏହି ରୁଟ୍‌ ଦେଇ ଆସିଥାନ୍ତି। ବୋଟ୍‌ରେ ଅତ୍ୟଧିକ ଭିଡ଼ ଏବଂ ଅନେକ ସମୟରେ ଜଳଦସ୍ୟୁଙ୍କ ହାବୁଡ଼ରେ ପଡ଼ି ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି।

ଗତ ଏପ୍ରିଲରେ ୟେମେନ ଆସୁଥିବା ୨ଟି ବୋଟ୍‌ ଜିବୌଟି ଉପକୂଳରେ ବୁଡ଼ିଯିବାରୁ ଅନୂ୍ୟନ ୬୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ରୁଟ୍‌ରେ ୨୦୨୧ରୁ ଇତିମଧ୍ୟରେ ଅନୂ୍ୟନ ୧,୮୬୦ ଜଣଙ୍କ ମୃତ୍ୟୁ ଘଟିଲାଣି ବା ନିଖୋଜ ହୋଇଯାଇଛନ୍ତି ବୋଲି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ମାଇଗ୍ରେଶନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ନମାଜ ଆସିଲା ଭୂମିକମ୍ପ: ପ୍ରାଣ ହରାଇଲେ ୭୦୦ରୁ ଉର୍ଦ୍ଧ୍ବ ମୁସଲମାନ

ନୂଆଦିଲ୍ଲୀ,୩୧।୩: ମିଆଁମାରର ଏକ ମୁସଲିମ ସଂଗଠନ କହିଛି ଯେ ପବିତ୍ର ରମଜାନ ମାସରେ ଶୁକ୍ରବାର ନମାଜ ସମୟରେ ଦେଶରେ ହୋଇଥିବା ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ...

ଭାରତ,ଚାଇନା କି ରୁଷିଆ ନୁହେଁ, ରାଷ୍ଟ୍ରପତି ହେବା ପରେ ପ୍ରଥମେ ଏହି ମୁସଲମାନ ଦେଶକୁ ଗସ୍ତ କରିବେ ଟ୍ରମ୍ପ

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ମେ’ରେ ତାଙ୍କର ପ୍ରଥମ ବିଦେଶ ଗସ୍ତ ଆରମ୍ଭ କରିବେ, ସେ କୌଣସି ପଶ୍ଚିମ ଦେଶ କିମ୍ବା ଭାରତ,...

Myanmar Earthquake : ମ୍ୟାନମାର ଭୂକମ୍ପରେ ୩୫ ଲକ୍ଷର ଅଧିକ ଲୋକେ ବାସହରା

ନାପିଦାଉ,୩୧।୩: ମ୍ୟାନମାରରେ ହୋଇଥିବା ଭୂକମ୍ପ ବିପର୍ଯ୍ୟୟ ଯୋଗୁଁ ପ୍ରାୟ ୩୫ଲକ୍ଷ ଲୋକ ବାସହାରା ହୋଇଛନ୍ତି ଏବଂ ଏଠାରେ ଏବେ ବି ଭୂମିକମ୍ପ ଅନୁଭୂତ ହେଉଛି। ରବିବାର...

ଟ୍ରମ୍ପକୁ କଡ଼ା ଜବାବ ଦେଲା ତେହରାନ, କହିଲା ଆମର ବି ମିଶାଇଲ ପ୍ରସ୍ତୁତ

ତେହେରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ପରମାଣୁ ଚୁକ୍ତିନାମା ନ କରିବାରୁ ଟ୍ରମ୍ପ ଇରାନ ଉପରେ ରାଗି ଯାଇଛନ୍ତି। ସେ ସିଧାସଳଖ...

ଫସିଥିବା ଲୋକେ ବଞ୍ଚିବା ଆଶା କ୍ଷୀଣ

ମାଣ୍ଡଲେ,୩୧ା୩: ମ୍ୟାନ୍‌ମାରର ଦ୍ୱିତୀୟ ସର୍ବବୃହତ୍‌ ସହର ମାଣ୍ଡଲେର ରାସ୍ତାଘାଟରେ ଗଳିତ ମୃତଦେହର ଗନ୍ଧ। ଉକ୍ତ ଅଞ୍ଚଳ ଏକ କବରସ୍ଥଳରେ ପରିଣତ ହୋଇଛି। ପ୍ରଳୟଙ୍କରୀ ଭୂକମ୍ପର ୨...

ଭୂକମ୍ପ ସତ୍ତ୍ୱେ ବିଦ୍ରୋହୀଙ୍କୁ ସେନାର ଆକ୍ରମଣ

ବ୍ୟାଙ୍କକ୍‌,୩୧ା୩: ମ୍ୟାନ୍‌ମାରରେ ପ୍ରଳୟଙ୍କରୀ ଭୂକମ୍ପରେ ୧,୭୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ହଜାର ଭଗ୍ନାବଶେଷ ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଏଭଳି ବିପର୍ଯ୍ୟୟ ସମୟରେ ମଧ୍ୟ...

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ: କଥା ନ ମାନିଲେ ହେବ ବୋମାମାଡ଼

ନୂଆଦିଲ୍ଲୀ,୩୦।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଏହାର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତିରେ ପହଞ୍ଚିବାକୁ ମନା କରେ,...

ଟୋଙ୍ଗାରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଆଲର୍ଟ

ନୂଆଦିଲ୍ଲୀ,୩୦ା୩: ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ଦେଶ ଟୋଙ୍ଗା ନିକଟରେ ଏକ ଶକ୍ତିଶାଳୀ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image