Categories: ଜାତୀୟ

ମଇଦାନରେ ୪୯୫ କୋଟିପତି

ପାଟନା, ୩୧ା୧୦: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୩ରେ ହେବାକୁ ଥିବାବେଳେ ଏହି ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇଥିବା ୧,୪୬୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪% ଅର୍ଥାତ୍‌ ୪୯୫ ପ୍ରାର୍ଥୀ କୋଟିପତି ବୋଲି ଜଣାପଡ଼ିଛି। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଆର୍‌ଜେଡିର ୪୬, ଭାଜପାର ୩୯, ଏଲ୍‌ଜେପିର ୩୮, କଂଗ୍ରେସର ୨୦, ଜେଏପି-ଏଲ୍‌’ର ୨୫, ଆର୍‌ଏଲ୍‌ଏସ୍‌ପି’ର ୨୪, ଭିଆଇପିର ୪ ଓ ୧୪୪ ସ୍ବାଧୀନ ପ୍ରାର୍ଥୀ କୋଟିପତି।
କଂଗ୍ରେସର ସାଧାରଣ ସମ୍ପାଦକ ସଞ୍ଜୀବ ସିଂ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବାବେଳେ ବୈଶାଳୀରୁ ସେ ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ପାଖରେ ୫୬ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏଡିିଆର୍‌ ରିପୋର୍ଟ ମୁତାବକ ୧୧୮ ପ୍ରାର୍ଥୀଙ୍କ ପାଖରେ ୫ କୋଟିରୁ ଅଧିକ ସମ୍ପତ୍ତି ରହିଛି। ସେହିଭଳି ୧୮୫ ପ୍ରାର୍ଥୀଙ୍କ ପାଖରେ ୨ କୋଟିରୁ ୫ କୋଟି ମଧ୍ୟରେ ସମ୍ପତ୍ତି ଅଛି। ପ୍ରକାଶଥାଉ କି, ୧୭ ରାଜ୍ୟର ୯୪ ଆସନ ଲାଗି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ୧,୩୧୫ ପୁରୁଷ, ୧୪୭ ମହିଳା ଓ ଜଣେ କିନ୍ନର ପ୍ରାର୍ଥୀ ଅନ୍ତନ୍ତିି।

Share