ନୂଆଦିଲ୍ଲୀ,୨୭ ।୮: ବିଚାରପତି ଉଦୟ ଉମେଶ ଲଳିତ ଶନିବାର ଦେଶର ୪୯ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଜଷ୍ଟିଶ ଉଦୟ ଉମେଶ ଲଳିତଙ୍କୁ ଦେଶର ମୁଖ୍ୟ ବିଚାରପତି ଭାବେ ଶପଥ ଦେବେ । ସିଜେଆଇ ଏନଭି ରମନା ୨୬ ଅଗଷ୍ଟରେ ଅବସର ନେବା ପରେ ଜଷ୍ଟିଶ ଉଦୟ ରମେଶ ଲଳିତଙ୍କୁ ଚିଫ ଜଷ୍ଟିଶ ଭାବେ ନିଯୁକ୍ତ କରାଯାଇଛି । ତାଙ୍କର କାର୍ଯ୍ୟକାଳ ୩ ମାସରୁ ବି କମ ରହିଛି । ସେ ୮ ନଭେମ୍ବର ୨୦୨୨ରେ ଅବସର ନେବେ ।