Categories: ରାଜ୍ୟ

ଭୁବନେଶ଼୍ବରରୁ ଜବତ ହେଲା ୪ କେଜି ସୁନା, ବସ୍‌ରେ ଯାଉଥିଲା…

ଭୁବନେଶ଼୍ବର ୭।୭: ରାଜଧାନୀ ଭୁବନେଶ଼୍ବରରୁ ଜବତ ହେଲା ୩ କୋଟି ଟଙ୍କାର ସୁନା । ଚୋରା ଚାଲାଣ ହେଉଥିବା ବେଳେ ଏହି ସୁନାକୁ ଜବତ କରିଛି ରାଜସ଼୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ବିଶେଷ ସୂତ୍ରରୁ ଖବର ପାଇ ରାଜସ଼୍ବ ବିଭାଗ ଏହି ଚଢ଼ାଉ କରିଥିଲା । ଏତେ ପରିମାଣର ସୁନା ବସ୍‌ରେ କୋଲକାତାରୁ ହାଇଦ୍ରାବଦକୁ ଚାଲାଣ ହେଉଥିବା ବେଳେ ବିଭାଗ ଧରିଥିଲା ।

୩ କିଲୋଗ୍ରାମ ୯୮୨ ଗ୍ରାମ୍‌ ଅର୍ଥାତ ପାଖାପାଖି ୪ କେଜି ସୁନା ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ କୋଟି ୯୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଚୋରା ଚାଲାଣରେ ଜଡ଼ିତ ଦୁଇଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।