Categories: ବାଣିଜ୍ୟ

ବରଗଡ଼ ଅରୁନ୍ଧତୀ ଜୁଏଲର୍ସର ୪ର୍ଥ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୫।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ବରଗଡ଼ସ୍ଥିତ ବରଗଡ଼ ଅରୁନ୍ଧତୀ ଜୁଏଲର୍ସର ୪ର୍ଥ ବାର୍ଷିକ ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଅରୁନ୍ଧତୀର ଏହି ସଫଳ ଯାତ୍ରାରେ ସାଥ୍‌ ଦେଇଥିବା ସମସ୍ତ ଗ୍ରାହକବନ୍ଧୁ ଓ ଶୁଭେଚ୍ଛୁମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଏବଂ ଅରୁନ୍ଧତୀ ଉପରେ ଥିବା ଅତୁଟ ବିଶ୍ୱାସ ଆଜି ଅରୁନ୍ଧତୀକୁ ରାଜ୍ୟର ସର୍ବବୃହତ୍‌ ଓ ସର୍ବଶ୍ରେଷ୍ଠ ଜୁଏଲେରି ବ୍ରାଣ୍ଡ୍‌ ଭାବେ ପ୍ରତିଷ୍ଠିତ କରାଇପାରିଛି। ସେଥିପାଇଁ ସମସ୍ତ ଗ୍ରାହକବନ୍ଧୁଙ୍କୁ ଅରୁନ୍ଧତୀ ପରିବାର ପକ୍ଷରୁ କୃତଜ୍ଞତା ଜଣାଉଛି। ଅପରପକ୍ଷରେ ପ୍ରତିଷ୍ଠାନର ପ୍ରଥମ ବାର୍ଷିକ ଉସତ୍ବକୁ ସ୍ମରଣୀୟ କରିବା ପାଇଁ ଅନୁଷ୍ଠାନର ସର୍ବୋତ୍ତମ ଡିଜାଇନ୍‌ର ସମ୍ପୂର୍ଣ୍ଣ ଏଚ୍‌ୟୁଆଇଡି ହଲ୍‌ମାର୍କ ଶୁଦ୍ଧତାଯୁକ୍ତ ସୁନାଗହଣା, ହୀରାଗହଣା ଓ ରୁପା ଗହଣା ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏପରିକି ସୁନାଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୨୦% ରିହାତି (୨% ଅତିରିକ୍ତ ରିହାତି କର୍ପୋରେଟ ଓ ସରକାରୀ କର୍ମଚାରୀଙ୍କ ପାଇଁ) ରହିଛି। ସେହିଭଳି ପୁରୁଣା ଗହଣା ଉପରେ ୫୦୦ ଟଙ୍କାର ଅତିରିକ୍ତ ଏକ୍ସଚେଞ୍ଜ ବୋନସ ତଥା ପ୍ରତ୍ୟେକ କ୍ରୟ ଉପରେ ମାଗଣା ଆକର୍ଷଣୀୟ ଉପହାର ମଧ୍ୟ ଦିଆଯାଉଛି। ବିଶେଷକରି ଅନୁଷ୍ଠାନର ୫ଷ୍ଟାର ପ୍ରୋମିଜ୍‌ସ ଜରିଆରେ ମାଗଣା ଅଳଙ୍କାର ବୀମା ଓ ଆଜୀବନ ଗହଣାର ମରାମତିର ସୁବିଧା ଗ୍ରାହକମାନଙ୍କ ପାଇଁ ରଖାଯାଇଛି। ଏହି ବିଶେଷ ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସମସ୍ତ ଗ୍ରାହକବନ୍ଧୁଙ୍କୁ ସାଦର ନିମନ୍ତ୍ରଣ କରାଯାଉଛି।

Share