Categories: ବାଣିଜ୍ୟ

ସିଜିୟୁର ୪ର୍ଥ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୩।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି(ସିଜିୟୁ)ର ୪ର୍ଥ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁଧୀନ୍ଦ୍ର ନାଥ ପଣ୍ଡାଙ୍କ ମୁଖ୍ୟ ଅଭିବାଦନ ସହ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଞ୍ଜୀବ କୁମାର ରାଉତଙ୍କ ବକ୍ତବ୍ୟ ଶ୍ରୋତାମଣ୍ଡଳୀଙ୍କୁ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିଥିଲା l ରାଉତ ଉତ୍ସାହର ସହିତ ବିଶ୍ୱବିଦ୍ୟାଳୟର ଭବିଷ୍ୟତ ପାଇଁ ନିଜର ଦୃଷ୍ଟିକୋଣ ଓ ଏହାର ଗତିପଥ ଗଠନ ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡିକୁ ଦର୍ଶାଇଥିଲେ l
ସେହିଭଳି ସିଜିୟୁ କ୍ୟାମ୍ପସ ମଧ୍ୟରେ ଏକ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ କରିବା ପାଇଁ ରାଉତଙ୍କର ଅଦମ୍ୟ ପ୍ରତିବଦ୍ଧତା ପ୍ରକାଶିତ ହୋଇଥିଲା l ରାଉତ ୨୬ଟି ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଏବଂ ଦୁଇଟି ବ୍ୟବସାୟ ଇନ୍‌କ୍ୟୁବେଟର ସିଭିଇସିଇ ଟିଆଇଏଫ୍‌ (CVECE TIF) ଓ ଏଆଇସି ସିଭିଆରସିଇଏଫ୍‌ (AIC CVRCEF) ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାମାଜିକ ଉଦ୍ୟୋଗୀ ତଥା ଅଗ୍ରଣୀ ନିବେଶକ ନାଗରାଜ ପ୍ରକାଶଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଆଗକୁ ବଢ଼ିଥିଲା। ନାଗରାଜ ଏହି ଅବସରରେ ତାଙ୍କର ଏକ ପୁସ୍ତକ ବ୍ୟାକ୍‌ ଟୁ ଭାରତ (Back to Bharat)ର ଉନ୍ମୋଚନ କରିଥିଲେ l

Share