Categories: ବାଣିଜ୍ୟ

ଏଆଇଟିଆଇଜିଏ ଯୁଗ୍ମ କମିଟିର ୪ର୍ଥ ବୈଠକ

ଭୁବନେଶ୍ୱର,୧୩।୫ (ଅନୁରାଧା ମହାରଣା): ଏଆଇଟିଆଇଜିଏ ଆସିଆନ ଇଣ୍ଡିଆ ଟ୍ରେଡ ଇନ୍‌ ଗୁଡ୍ସ ଏଗ୍ରିମେଣ୍ଟ(ଏଆଇଟିଆଇଜିଏ )ର ସମୀକ୍ଷା ପାଇଁ ଚତୁର୍ଥ ଯୁଗ୍ମ କମିଟି ବୈଠକ ମେ ୭ରୁ ୯ ମଧ୍ୟରେ ମାଲେସିଆର ପୁଟ୍ରାଜୟାଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ରାଜେଶ ଅଗ୍ରଓ୍ବାଲ ଏବଂ ମଲେସିଆର ନିବେଶ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ଉପ ସାଧାରଣ ସଚିବ (ବାଣିଜ୍ୟ) ମସ୍ତୁରା ଅହମ୍ମଦ ମୁସ୍ତାଫା ଅଧ୍ୟକ୍ଷତା କରିଥିଲେ।

ଏହି ଆଲୋଚନାରେ ସମସ୍ତ ୧୦ ଆସିଆନ ଦେଶ ସହ ଭାରତୀୟ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ବାଣିଜ୍ୟ ଉପଯୋଗୀ ସହ ସମଗ୍ର କ୍ଷେତ୍ରରେ ବ୍ୟବସାୟକୁ ଅଧିକ ଲାଭଜନକ କରିବା ପାଇଁ ଏଆଇଟିଆଇଜିଏର ସମୀକ୍ଷା ପାଇଁ ଏହି ଆଲୋଚନା ୨୦୨୩ ମେ ମାସରେ ଆରମ୍ଭ ହୋଇଥିଲା। ସମୀକ୍ଷା କାର୍ଯ୍ୟ କରୁଥିବା ଯୁଗ୍ମ କମିଟିର ବୈଠକ ବର୍ତ୍ତମାନ ସୁଦ୍ଧା ୪ ଥର ହୋଇଛି।

Share