Categories: ଜାତୀୟ

ଫିଲ୍ମ ଷ୍ଟାଇଲରେ ପ୍ରଚାର କଲେ କେଜରିୱାଲ

ଲକ୍ଷ୍ନୌ,୨୧ ।୨: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ତୃତୀୟ ପର୍ଯାୟ ମତଦାନ ଶେଷ ହାଇ ସାରିଛି । ଏବେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଚାଲିଛି ଯାହା ସୋମବାର ସନ୍ଧ୍ୟାରେ ଶେଷ ହେବ । ଏଥିପାଇଁ ସବୁ ରାଜନୈତିକ ଦଳ ସେମାନଙ୍କର ସମସ୍ତ ବଳ ଲଗାଇ ପ୍ରଚାର କରିବାରେ ଲାଗିଛନ୍ତି । ଏହି କ୍ରମରେ ଆମ ଆଦମୀ ପାର୍ଟି(ଏଏପି)ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି । ସେଠାରେ ସେ ଜନତାଙ୍କୁ ସମ୍ବୋଧନ ଦେବା ଅବସରରେ କହିଛନ୍ତି କି ଦୁଇ ପ୍ରକାର ଆତଙ୍କବାଦୀ ଥାଆନ୍ତି । ଗୋଟିଏ ଆତଙ୍କବାଦୀ ଯେଉଁମାନେ ଜନତାଙ୍କୁ ଡରାଇ ଥାଆନ୍ତି ଅନ୍ୟଟି ଯେଉଁମାନେ ଭ୍ରଷ୍ଟାଚାରୀଙ୍କୁ ଡରିଥାଆନ୍ତି । କେଜରିୱାଲ ସେମିତି ଜଣେ ଆତଙ୍କବାଦୀ ଯିଏ ଭ୍ରଷ୍ଟାଚାରୀଙ୍କୁ ଡରାଇ ଥାଆନ୍ତି । ଏତିକି ବେଳେ ସେ ‘ଶୋଲେ’ ଫିଲ୍ମର ଡାଏଲଗ ମନେପକାଇ ଏହାର ଉଦାହରଣ ଦେଇଛନ୍ତି । କେଜରିୱାଲ କହିଛନ୍ତି ଯେତେବେଳେ ଶହ ଶହ ମାଇଲ ଦୂରରେ ପିଲା ଭ୍ରଷ୍ଟାଚାର କରୁଛନ୍ତି ତେବେ ମା’ କହୁଛି ଶୋଇ ଯା ନ ହେଲେ କେଜରିୱାଲ ଆସିଯିବ ।

Share