ଅହମ୍ମଦାବାଦ,୧୭।୩: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତୀୟ କ୍ରିକେଟ ଟିମ୍ ଆଶା ମୁତାବକ ପ୍ରଦର୍ଶନ କରିପାରିନାହିଁ। ଏଣୁ ଏବେ ମ୍ୟାଚ୍ର ସ୍ଥିତି ୨-୧ରେ ରହିଛି। ଗୁରୁବାର ସିରିଜର ଚତୁର୍ଥ ମ୍ୟାଚ୍ ଖେଳାଯିବ। ଏଥିରେ ଭାରତୀୟ ଦଳ ସିରିଜ ସମାନ ସ୍ଥିତିକୁ ଆଣିବାକୁ ପ୍ରୟାସ କରିବ। ହେଲେ ଦଳ ଟସ୍ ହାରିଲେ ମ୍ୟାଚ୍ର ଫଳାଫଳ ନିର୍ଣ୍ଣାୟକ ହୋଇପାରେ। କାରଣ ସିରିଜର ଖେଳାଯାଇଥିବା ୩ ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିଥିବା ଦଳ ସହଜ ବିଜୟ ହାସଲ କରୁଥିବା ନଜର ଆସୁଛି।
ଗୋଟିଏ ପଟେ ଭାରତ ଆଗରେ ‘କର ବା ମର ସ୍ଥିତି’ ରହିଥିବା ବେଳେ ବିରାଟ କୋହଲି ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଉଛନ୍ତି। ଘରୋଇ ମାଟିରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଦଳ ନିଜକୁ ପ୍ରସ୍ତୁତ କରୁଛି। କେଏଲ୍ ରାହୁଲ ଖରାପ ପ୍ରଦର୍ଶନ କରୁଥିଲେ ହେଁ ସେ ପୁନର୍ବାର ଫର୍ମକୁ ଫେରିବେ ବୋଲି ଆଶା ରହିଛି। ସେ ରୋହିତ ଶର୍ମାଙ୍କ ସହ ଓପନିଂ କରିବେ ବୋଲି କୋହଲି ସ୍ପ୍ଯଯ କରିଛନ୍ତି। ସେହିଭଳି ଇଂଲଣ୍ଡ ଦଳ ସିରିଜ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବୋଲି କୁହାଯାଉଛି। କାରଣ ସିରିଜର ଆଉ ଦୁଇଟି ମ୍ୟାଚ୍ ଖେଳାଯିବାକୁ ରହିଛି। ଏଣୁ ଆଉ ଗୋଟିଏ ମ୍ୟାଚ୍ ଜିତିନେଲେ ଇଂଲଣ୍ଡ ଟିମ୍ ସିରିଜକୁ ସହଜରେ ଜିତିନେବ।