ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ୫ ହଜାର, ହେଲପରଙ୍କୁ ୩ହଜାର ଟଙ୍କା ମିଳିବ ସ୍ବତନ୍ତ୍ର ଭତ୍ତା

ଭୁବନେଶ୍ୱର,୧୬।୨: ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଡ୍ରାଇଭର, ମେଡିକାଲ ଟେକନିସିଆନ ଓ ହେଲପରଙ୍କୁ ସ୍ବତନ୍ତ୍ର ମାସିକ ଭତ୍ତା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଣ୍ଠିରୁ ସ୍ବତନ୍ତ୍ର ଭତ୍ତା ପ୍ରଦାନ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି। ତେବେ ଡ୍ରାଇଭରମାନଙ୍କୁ ମାସିକ ୫ହଜାର ଟଙ୍କା, ମେଡିକାଲ ଟେକନସିଆନ ଓ ହେଲପରଙ୍କୁ ୩ହଜାର ଟଙ୍କା ପ୍ରଦାନ କରାଯିବ । ସେମାନଙ୍କୁ ନିଜ ଦରମା ସହ ଏହି ବର୍ଦ୍ଧିତ ଭତ୍ତା ଚଳିତମାସରୁ ମିଳିବ । ଏବେ ସେମାନଙ୍କୁ ସର୍ବନିମ୍ନ ମଜୁରୀ ଅଧିନିୟମ ଆଧାରରେ ମୂଳ ଦରମା ପ୍ରଦାନ କରାଯାଉଛି । ସର୍ବନିମ୍ନ ମଜୁରୀରେ ଡ୍ରାଇଭର ଓ ମେଡିକାଲ ଟେକନସିଆନଙ୍କୁ କୁଶଳୀ ଶ୍ରମିକ ଓ ହେଲପରଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ବର୍ଗୀକୃତ କରାଯାଇଛି।

Share