Categories: ଜାତୀୟ

ଆଫଗାନିସ୍ତାନରେ ଭୂକମ୍ପ: ଦିଲ୍ଲୀ ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରବିବାର ୫.୨ ତୀବ୍ରତାର ଭୂକମ୍ପ ଝଟକା। ଦିଲ୍ଲୀ, ହରିୟାଣା ସମେତ ଜମ୍ମୁ, ପୁଞ୍ଛ, ରାଜୋରୀ, ଶ୍ରୀନଗରରେ ପୂର୍ବାହ୍ନ ୧୧.୩୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାଶନାଲ ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନ ବୋଲି ଜଣାପଡିଛି। ତେବେ ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

Share