Categories: ଜାତୀୟ

ଭୂମିକମ୍ପରେ ଥରିଲା ୪ ରାଜ୍ୟ

ନୂଆଦିଲ୍ଲୀ,୫।୪: ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ଭୂମିକମ୍ପରେ ଥରି ଉଠିଥିଲା ୪ଟି ରାଜ୍ୟ। ସିକିମ, ଆସାମ, ପଶ୍ଚିମବଙ୍ଗର କିଛି ଅଂଶ ଏବଂ ବିହାରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ସିକିମ୍‌ର ରାଜଧାନୀ ଗ୍ୟାଙ୍ଗଟକଠାରୁ ୨୫ କି.ମି ଦୂରରେ ରହିଥିଲା ଏହାର କେନ୍ଦ୍ର। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୪ ଥିଲା ବୋଲି ପ୍ରକାଶ କରିଛି ଜାତୀୟ ଭୂମିକମ୍ପ କେନ୍ଦ୍ର(ଏନ୍‌ସିଏସ୍‌)। ଭୂପୃଷ୍ଠରୁ ୧୦କି.ମି ଗଭୀରରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିଲା।

Share