Categories: ଫୁରସତ

୫.୭ କୋଟିର ଘଣ୍ଟା ନେକ୍‌ଲେସ

ୱାଶିଂଟନ: ଅନ୍ତର୍ଜାତୀୟ ଗୀତିକାର ରିହାନା ଅନେକ ସମୟରେ ତାଙ୍କ ଜୀବନଧାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ପ୍ୟାରିସ୍‌ରେ ଆୟୋଜିତ ହେଉଥିବା ଫ୍ୟାଶନ ଶୋ’ ଲୁଇସ୍‌ ଭୁଇଟନ୍‌ ମେନ୍ସ ସ୍ପ୍ରିଙ୍ଗ ୨୦୨୪ ଶୋ’ରେ ତାଙ୍କ ବନ୍ଧୁ ଏ.ପି. ରକ୍କିଙ୍କ ସହ ଯୋଗଦେଇଥିଲେ। ସେ ବେକରେ ପିନ୍ଧିଥିବା ନେକ୍‌ଲେସ୍‌କୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ପିନ୍ଧିଥିବା ନେକ୍‌ଲେସରେ ଏକ ଘଣ୍ଟା ଥିବା ଦୃଶ୍ୟମାନ ହେଉଛି। ସେହି ଘଣ୍ଟାର ମୂଲ୍ୟ ୫.୭ କୋଟି ବୋଲି ଜଣାପଡିଛି। ଫ୍ୟାଶନ ସପ୍ତାହରେ ରିହାନାଙ୍କ ଲୁକ୍‌ ସମସ୍ତଙ୍କୁ ଆକର୍ଷିତ କରିଥିଲା। ସେ ପିନ୍ଧିଥିବା ଘଣ୍ଟାରେ ୩୦ କ୍ୟାରଟ୍‌ ସୁନା ଫ୍ଲାଇଂ ଟୁର୍ବିଲନକୁ ୩୩୯ ଧଳା ଡାଇମଣ୍ଡ ସହ ସଜ୍ଜାଯାଇଥିଲା।

Share