Categories: ଜାତୀୟ

ମୈସୁର ଗଣ ବଳାତ୍କାର ଘଟଣାର ୫ ଅଭିଯୁକ୍ତ ଗିରଫ…

ବେଙ୍ଗାଲୁରୁ,୨୮।୮: ମୈସୁର ଗଣ ବଳାତ୍କାର ଘଟଣାରେ କର୍ନାଟକ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣା ସହିତ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଡିଜିପି ପ୍ରବିନ୍‌ ସୁଦ୍‌ ସୂଚନା ଦେଇଛନ୍ତି।  ତାମିଲନାଡୁର ଏହି ଅଭିଯୁକ୍ତ ଶ୍ରମିକଙ୍କ ମଧ୍ୟରେ  ଜଣେ ନାବାଳକ ମଧ୍ୟ ରହିଛନ୍ତି। ସେହିପରି ଷଷ୍ଠ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରହିଛି। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି ଏହି ମାମଲାକୁ ରାଜ୍ୟ ପୋଲିସ ବିଭାଗ ଗୁରୁତର ଭାବେ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସଙ୍କ ସଫଳତା ନେଇ ରାଜ୍ୟ ଗୃହମନ୍ତ୍ରୀ ଆର୍ଗା ଜ୍ଞାନେନ୍ଦ୍ର ଟିମ୍‌ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଣେ ମେଡ଼ିକାଲ ଛାତ୍ରୀଙ୍କ  ସହିତ ଲଲିତାନ୍ଦ୍ରୀପୁରାରେ ଗଣ ବଳାତ୍କାର ହୋଇଥିଲା। ସେ ନିଜ ପୁରୁଷ ବନ୍ଧୁଙ୍କ ସହିତ ବାଇକରେ ଚାମୁଣ୍ଡା ହିଲ୍ସ୍‌ ଆସୁଥିବା ସମୟରେ ଏଭଳି ଘଟଣା ଘଟିଥିଲା। ପୀଡ଼ିତା ଏବଂ ତାଙ୍କ ବନ୍ଧୁ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ରାଜ୍ୟ ଗୃହମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ରାଜ୍ୟରେ ରାଜନୈତିକ ସ୍ଥିତି ବେଶ୍‌ ସରଗରମ ମଧ୍ୟ ହୋଇଥିଲା।

Share