ମାଓବାଦୀ ବ୍ୟାନର, ଠିକାସଂସ୍ଥା ଗାଡ଼ି ପୋଡ଼ି ମାମଲା: ୫ କୋର୍ଟ ଚାଲାଣ

ରାୟଗଡ଼ା ଅଫିସ,୧୩ା୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ାଠାରେ ଥିବା ରାସ୍ତା ନିର୍ମାଣ କରିଥିବା ସଂସ୍ଥା ଏସ୍‌ଭିଏମ ମୁଖ୍ୟ ଗେଟ୍‌ରେ ବ୍ୟାନର ମାରି ଗୋଟିଏ ଟ୍ରକ ପୋଡ଼ି ଦେବା ଘଟଣାର ରବିବାର ପୋଲିସ ୫ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଶେଷଖାଲ ଥାନା ଅନ୍ତର୍ଗତ ହାଣ୍ଡିପଡୁଗ୍ରାମର ଗୋପାଳ ମଣ୍ଡିଆ ସାହୁ, କାଶୀପୁର କଞ୍ଜଙ୍ଗମଣ୍ଡି ଗ୍ରାମର ବଲି ମାଝି, ଟିକିରି ଥାନା ଅଞ୍ଚଳର ସୀମାଞ୍ଚଳ ମାଝି, ସନ୍ତୋଷ ରାୟ ଦୁଡୁକାବହାଲ ଗ୍ରାମର, ଜୟନ୍ତ ନାଏକ ହରିଜନସାହି ଟିକିରି ଏହି ୫ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି କାର୍ଯ୍ୟକ୍ରମର ଏସ୍‌ଡିପିଓ ଦେବଜ୍ୟୋତି ଦାସ, ଥାନାଧିକାରୀ ସୁକୁମା ହାଁସଦା ବିଭିନ୍ନ ସ୍ଥାନରେ ଚଢ଼ାଉ କରି କରିଥିଲେ।

Share