Categories: ଜାତୀୟ

ବାଂଲାଦେଶରେ ହିଂସା ମଧ୍ୟରେ ୫ ବାଂଲାଦେଶୀଙ୍କୁ ମିଳିଲା ଇଣ୍ଡିଆନ ସିଟିଜେନଶିପ

ନୂଆଦିଲ୍ଲୀ,୧୨।୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କର୍ନାଟକର ପାଞ୍ଚ ଜଣ ବାଂଲାଦେଶୀ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଅନୁଯାୟୀ ଭାରତୀୟ ନାଗରିକତ୍ୱ ପାଇଛନ୍ତି। ଏହି ଲୋକମାନେ ଏଠାରେ ରାଇଚୁର ଜିଲାର ସିନ୍ଧାନୁର ତାଲୁକର ରିଲିଫ କ୍ୟାମ୍ପରେ ରହୁଛନ୍ତି। ଏହି ଶିବିରରେ ୨୫ହଜାର ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ୨୦ହଜାର ବାଂଲାଦେଶୀ ଶରଣାର୍ଥୀ ଏବଂ ପାଞ୍ଚ ହଜାର ମ୍ୟାନମାରରୁ ଆସିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଅନୁଯାୟୀ ୧୪୬ଜଣ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିଛନ୍ତି। ପାଞ୍ଚ ଜଣ ଯିଏକି ଭାରତୀୟ ନାଗରିକତ୍ୱ ପାଇଛନ୍ତି। ସେମାନେ ସମସ୍ତେ ହିନ୍ଦୁ। କର୍ନାଟକରେ ସିଏଏ ଅଧୀନରେ ଭାରତୀୟ ନାଗରିକତା ପ୍ରଦାନ କରିବାର ଏହା ହେଉଛି ପ୍ରଥମ ମାମଲା। ଭାରତୀୟ ନାଗରିକତ୍ୱ ପାଇଥିବା ପାଞ୍ଚ ଜଣ ବାଂଲାଦେଶୀଙ୍କ ମଧ୍ୟରେ ରାମକୃଷ୍ଣ ଅଧିକାରୀ, ଆଡଭିତ, ସୁକୁମାର, ବିପାରାଦାସ ଗୋଲ୍ଡର ଏବଂ ଜୟନ୍ତ ମଣ୍ଡଳ ଅଛନ୍ତି।

୧୯୭୧ରେ କର୍ନାଟକରେ ରିଲିଫ କ୍ୟାମ୍ପ ନିର୍ମାଣ କରାଯାଇଥିଲା ଯେତେବେଳେ ବାଂଲାଦେଶ ପାକିସ୍ତାନଠାରୁ ଅଲଗା ହୋଇଥିଲା। ତା’ପରେ ବହୁ ସଂଖ୍ୟକ ଲୋକ ପୂର୍ବ ପାକିସ୍ଥାନରୁ ଭାରତରେ ଆଶ୍ରୟ ନେବାକୁ ପଳାଇଥିଲେ। ତା’ପରେ ଏହି ଶିବିରଗୁଡ଼ିକ ଏହି ଲୋକଙ୍କୁ ଆଶ୍ରୟ ଦେବା ପାଇଁ ନିର୍ମାଣ କରାଯାଇଥିଲା ।

 

Share