୫ ବଡ଼ ଘୋଷଣା: ଶ୍ରୀଅନ୍ନ ପାଇଁ ୨୦ ଲକ୍ଷ କୋଟି ଋଣ-୮୧ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠୀକୁ ସହାୟତା…

ନୂଆଦିଲ୍ଲୀ,୧।୨ : ସଂସଦରେ ୨୦୨୩ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଚଳିତ ବଜେଟରେ ସରକାରଙ୍କ ପକ୍ଷରୁ ୫ ବଡ଼ ଘୋଷଣା କରାଯାଉଛି। ଖୁବ ଶୀଘ୍ର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମିଲେଟ ଗଠନ ହେବ। ଭାରତ @ 100 ମାଧ୍ୟମରେ ଦେଶକୁ ସାରା ବିଶ୍ୱରେ ଶକ୍ତିଶାଳୀ କରାଯିବ। ଗ୍ରାମୀଣ ମହିଳାମାନଙ୍କ ପାଇଁ, ଗଠିତ ୮୧ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ କରାଯିବ। ଯାହାକୁ ଆହୁରି ବୃଦ୍ଧି କରାଯିବ। ଶିଳ୍ପ ଓ ହସ୍ତଶିଳ୍ପରେ ପ୍ରଧାନମନ୍ତ୍ରୀ ବିଶ୍ୱ କର୍ମ ା କୌଶଳ ସମ୍ମାନ, ହସ୍ତଶିଳ୍ପ ଏବଂ ବାଣିଜ୍ୟରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସହଯୋଗ ପ୍ରଦାନ କରାଯିବ। ଯାହା ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ମାଧ୍ୟମରେ କେବଳ ଆର୍ଥିକ ସହାୟତା ସହିତ ସେମାନଙ୍କର ବୈଷୟିକ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ଓ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ।

ଗ୍ଲୋବାଲ ହବ ଫର୍‌ ମିଲେଟସ ଅଧୀନରେ ମିଲେଟରେ ଭାରତ ବହୁତ ଆଗରେ ଅଛି। ପୁଷ୍ଟିକର ଖାଦ୍ୟ, ଖାଦ୍ୟ ନିରାପତ୍ତା ଏବଂ ଚାଷୀଙ୍କ ପାଇଁ ଯୋଜନା ପାଇଁ ମିଲେଟ କାର୍ଯ୍ୟକ୍ରମ ଚାଲିଛି। ଶ୍ରୀଅନ୍ନ ରାଡି, ଶ୍ରୀଅନ୍ନ ବାଜରା, ଶ୍ରୀଅନ୍ନ ରାମଦାନା, କୁଙ୍ଗନି, କୁଟୁର ସ୍ବାସ୍ଥ୍ୟ ପାଇଁ ଅନେକ ଉପଯୋଗୀତା ରହିଛି। ମିଲେଟରେ କୃଷକଙ୍କ ବହୁ ଅବଦାନ ରହିଛି ଏବଂ ଭାରତକୁ ଶ୍ରୀଅନ୍ନ ହବ କରିବା ପାଇଁ ଉଦ୍ୟମ ଚାଲିଛି। ଶ୍ରୀଅନ୍ନର ଉତ୍ପାଦନ ପାଇଁ ହାଇଦ୍ରାବାଦର ରିସର୍ଚ୍ଚ ଇନଷ୍ଟିଚ୍ୟୁଟରୁ ବହୁ ସାହାଯ୍ୟ ଗ୍ରହଣ କରାଯାଉଛି । ୨୦୨୩-୨୪ ବର୍ଷ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଋଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Share