ପଶ୍ଚିମ ଚମ୍ପାରଣ,୨।୨ : ମୁଜାଫରପୁରରୁ ନରକାଟିଆଗଞ୍ଜ ଯାଉଥିବା ସତ୍ୟାଗ୍ରହ ଏକ୍ସପ୍ରେସ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ହଠାତ ଟ୍ରେନ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା। ବେତିଆ ମଝୋଂଲିଆ ଷ୍ଟେଶନ ନିକଟରେ ଏହାର ୫ଟି ବଗି ଇଞ୍ଜିନରୁ ଅଲଗା ହୋଇ ଯାଇଥିଲା। ଘଟଣା ସମ୍ପର୍କରେ ଖବର ମିଳିବା ପରେ ପୂର୍ବ-ମଧ୍ୟ ରେଲଓ୍ବେର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଗୁରୁବାର ପୂର୍ବାହ୍ନ ୯ଟା ୩୮ରେ ୧୫୨୭୩ ସତ୍ୟାଗ୍ରହ ଏକ୍ସପ୍ରେସର ୧୫ଟି ବଗିକୁ ଛାଡ଼ି ଇଞ୍ଜିନ ସହିତ ୭ ବଗି ଚାଲିଯାଇଥିଲା। ୨୦୦ ମିଟର ଯିବା ପରେ ଇଞ୍ଜିନକୁ ରୋକା ଯାଇଥିଲା। ପଛରେ ଥିବା ବଗିର ଯାତ୍ରୀ ଟ୍ରେନ ଅଟକି ଯିବାରୁ ତଳକୁ ଓହ୍ଲାଇ ପଡ଼ିଥିଲେ। ଇଞ୍ଜିନକୁ ବଗି ସହିତ ଯୋଡ଼ା ଯାଇଥିଲା। ଏହୀ ମାର୍ଗରେ କିଛି ସମୟ ପାଇଁ ରେଳ ଚଳାଚଳକୁ ବନ୍ଦ କରାଯାଇଥିଲା।