ଅଜଣା ଗାଡ଼ି ଧକ୍କାରେ ୫ ମଇଁଷିଙ୍କ ମୃତ

କୋଟଗଡ଼,୨୧ା୭(ସରୋଜ ବଳିୟାର ସିଂ): ଅଜଣା ଗାଡ଼ି ଧକ୍କାରେ ୫ ମଇଁଷିଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଶୁକ୍ରବାର ସକାଳେ ବାଲିଗୁଡ଼ା ସହରର ୫୯ ଜାତୀୟ ରାଜପଥର ନୂଆସାହି ଛକରେ ଦେଖିବାକୁ ମିଳିଛି। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ସହ ଲୋକେ ମଇଁଷିଗୁଡ଼ିକୁ ଖୋଲା ଛାଡ଼ି ଦେବା ଫଳରେ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଦେଖିବାକୁ ମିଳୁଛି। ମଇଁଷିଙ୍କର ଏଭଳି ଦୁର୍ଘଟଣାକୁ ନେଇ ସହରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁ ଡ୍ରାଇଭର ଏଭଳି ଦୁର୍ଘଟଣା ଘଟାଇଛି ତାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ଅନ୍ୟପଟେ ସହରରେ ଗାଡ଼ି ଚାଳନାରେ ବାଧା ସୃଷ୍ଟି ହେବା ଯୋଗୁ ବାଲିଗୁଡ଼ା ଏନ୍‌ଏସି କର୍ମଚାରୀ ମୃତ ମଇଁଷିଗୁଡ଼ିକୁ ଟ୍ରାକ୍ଟର ଯୋଗେ ଉଠାଇ ନେଇଯାଇଛନ୍ତି।

Share