ଜଳେଶ୍ୱର,୬।୧୧(ଡି.ଏନ.ଏ.): ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବାରମ୍ବାର ଯାଞ୍ଚ ହୋଇ ଚଢାଉ କରାଯାଉଥିଲେ ମଧ୍ୟ ପଶ୍ଚିମବଙ୍ଗକୁ ଗୋଚାଲାଣ ଥମିବାରେ ନଁା ଧରୁନି। ଶନିବାର ବିଳମ୍ବିତ ରାତିରେ ଜଳେଶ୍ୱର ପୋଲିସ ୮ଟି ଗୋରୁ ବୋଝେଇ ଗାଡି ଜବତ କରିବା ସହ ୫୦୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରିଛି। ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ଶନିବାର ବିଳମ୍ବିତ ରାତିରେ ୮ଟି ଗୋରୁ ବୋଝେଇ ଗାଡିଗୁଡିକ ପଶ୍ଚିମବଙ୍ଗକୁ ଯାଉଥିଲା। ଗୋରୁମାନଙ୍କଠାରେ ଲମ୍ପି ରୋଗ ଯୋଗୁ ପଶ୍ଚିମବଙ୍ଗ ପୋଲିସ୍ ଏହି ଗାଡିଗୁଡିକୁ ଫେରାଇ ଦେଇଥିଲା। ସେଥିମଧ୍ୟରୁ ୩ଟି ଗାଡି ଫେରି ଆସି ଅନ୍ୟ ଏକ ରାସ୍ତା ୫୭ନଂ. ରାଜ୍ୟ ରାଜପଥ ଦେଇ ପଶ୍ଚିମବଙ୍ଗ ଗଲାବେଳେ ସେଠାରେ ମଧ୍ୟ ପୋଲିସ୍ ମୁତୟନ ହୋଇଥିଲେ। ଫଳରେ ଭୟରେ ଉପାନ୍ତ କେତେକ ଗୋଚାଲାଣକାରୀ ଦଲାଲଙ୍କ ସହାୟତରେ ନଛିମପୁର ପଞ୍ଚାୟତର ବେଲିଗୋପିନାଥପୁର ଗ୍ରାମକୁ ପଶିଯାଇଥିଲେ। ଗ୍ରାମର ମହାଦେବମନ୍ଦିର ନିକଟରେ ଗାଡିଗୁଡିକରୁ ଗୋରୁମାନଙ୍କୁ ଓହ୍ଲାଉଥିବା ବେଳେ ଜଳେଶ୍ୱର ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲା ା ୩ ଗାଡି ସହିତ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ଡ୍ରାଇଭର ଓ ହେଲପର ଚମ୍ପଟ ମାରିଥିଲେ। ସେହିପରି ଲକ୍ଷ୍ମଣନାଥ ଓଡିଶା-ପଶ୍ଚିମବଙ୍ଗ ଉପାନ୍ତରେ ଅନ୍ୟ ୫ଟି ଗାଡିକୁ ଜଳେଶ୍ୱର ପୋଲିସ ଜବତ କରିବା ସହ ଜଣଙ୍କୁ ଅଟକ ରଖିଥିଲା ା ୮ଟି ଗାଡିରୁ ପ୍ରାୟ ୫୦୦ ଗୋରୁକୁ ଉଦ୍ଧାର କରାଯାଇ ଗୋଶାଳାକୁ ପଠାଯାଇଥିବା ଜଣାଯାଇଛି ା ଏଭଳି ଅମାନୁଷିକ ଭାବେ ଗୋଚାଲାଣକୁ ବନ୍ଦ କରିବା ଲାଗି ଜଳେଶ୍ୱର ଭାଜପା ପକ୍ଷରୁ ଏସ୍ଡିପିଓ ଦିଲୀପ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ା