ଭୁବନେଶ୍ୱର, ୧୪।୩(ବ୍ୟୁରୋ):ରାଜ୍ୟରେ ଉପରମୁହଁା ରହିଛି ପାରଦ। ସୋମବାର ୫ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଟପିଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସମ୍ବଲପୁରରେ ସର୍ବାଧିକ ୩୮.୭ ଡିଗ୍ରୀ ତାପମାତ୍ରା ଥିବାବେଳେ ବୌଦ୍ଧ ୩୮.୬, ମାଲକାନଗିରି ୩୮.୫, ସୋନପୁର ୩୮.୪ ଏବଂ ଭୁବନେଶ୍ୱରରେ ୩୮.୨ ଡିଗ୍ରୀ ରହିଥିଲା। ସେହିପରି ଅନୁଗୋଳରେ ୩୭.୯, ଝାରସୁଗୁଡ଼ା ୩୭.୮, ସୁନ୍ଦରଗଡ଼ ୩୭, କଟକ ୩୬.୮, ଚାନ୍ଦବାଲି ୩୬.୨, ହୀରାକୁଦ ୩୬.୭, ତାଳଚେର ୩୬.୮, ଭବାନୀପାଟଣା ୩୬.୬, ନୟାଗଡ଼ ୩୬, ଭଦ୍ରକ ୩୬.୨, ଯାଜପୁର ୩୬, ଖୋର୍ଦ୍ଧା ୩୬, ରାଉରକେଲା ୩୬.୮ ଓ ଢେଙ୍କାନାଳରେ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ମଙ୍ଗଳବାର ମଧ୍ୟ ଏହିଭଳି ତାତି ରହିବ। ତେବେ ଆଉଏକ ପଶ୍ଚିମା ଝଡ଼ ଆସୁଥିବାରୁ ୧୫ ତାରିଖରୁ ରାଜ୍ୟ ପାଗରେ ପରିବର୍ତ୍ତନ ଆସିବ। ଏହାର ପ୍ରଭାବରେ ୧୫ରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ ୧୬ ଓ ୧୭ରେ ବିଜୁଳି, ଘଡ଼ଘଡ଼ି, ବର୍ଷା ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।