ଗୋଟିଏ ଗୃହରେ ୫ ଶ୍ରେଣୀ

ଡେରାବିଶ,୨୬ା୭ (ବେବର୍ତ୍ତା ଅଜୟ ଦାସ): ତୃଣମୂଳସ୍ତରରୁ ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରାଯାଇଛି। ମାତ୍ର ଏବେ ବି ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନ ଥିବା ଯୋଗୁ ବାରଣ୍ଡା ଓ ଗୋଟିଏ ଗୃହରେ ୫ ଶ୍ରେଣୀର ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଞ୍ଚଳରେ। ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର କେଉଟକଣ୍ଡିଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ସମସ୍ୟା ଘେର ଭିତରେ ରହିଛି। ଆବଶ୍ୟକ ଶ୍ରେଣୀ ଗୃହ ନ ଥିବା ବେଳେ ଅସରାଏ ବର୍ଷା ହେଲେ ବିଦ୍ୟାଳୟକୁ ଯାଇଥିବା ରାସ୍ତା ପିଲାମାନଙ୍କ ପାଇଁ ବିପଦ ପାଲଟିଯାଏ।
୧୯୭୫ରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ୫ଟି ଶ୍ରେଣୀ ଚାଲିଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ୫୩ ରହିଛି। ସେମାନଙ୍କ ଶିକ୍ଷାଦାନ ପାଇଁ ୨ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ମାତ୍ର ଶ୍ରେଣୀ ଗୃହ ଅଭାବ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ମିତ ଗୋଟିଏ ଗୃହରେ ଓ ବାରଣ୍ଡାରେ ଛାତ୍ରୀଛାତ୍ରମାନେ ଶିକ୍ଷା ଗ୍ରହଣ କରୁଛନ୍ତି। ଯେଉଁଥିପାଇଁ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଛି। ଯାହାକୁ ନେଇ ଅଭିଭାବକ ଓ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆବଶ୍ୟକ ଗୃହ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ବ୍ଲକ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନ ଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟକାନ୍ତ ସେଠୀ କହିଛନ୍ତି। ସୂର୍ଯ୍ୟକାନ୍ତଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ହେବ ଏକ ଅର୍ଦ୍ଧନିର୍ମିତ ଗୃହକୁ ସମ୍ପୂର୍ଣ୍ଣ କରିବାକୁ ବିଡିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଛି। ସେହିପରି ପିଲାଙ୍କ ମଧ୍ୟାହ୍ନଭୋଜନ ପାଇଁ ରୋଷେଇ ଘର ନ ଥିବାରୁ ଭଙ୍ଗା ଆଜ୍‌ବେଷ୍ଟସ ପକାଯାଇ ବର୍ତ୍ତମାନ ଭୋଜନ ପ୍ରସ୍ତୁତ ହେଉଛି। ବେଳେବେଳେ ଶ୍ରେଣୀ ଗୃହରେ ପିଲାଙ୍କୁ ଖାଦ୍ୟ ପରିବେଷଣ କରାଯାଉଥିବା ଗ୍ରାମର ପ୍ରଦୀପ୍ତ କୁମାର ସେଠୀ କହିଛନ୍ତି। ପ୍ରଦୀପ୍ତଙ୍କ କହିବା ଅନୁଯାୟୀ, ୩ବର୍ଷ ତଳେ ପିଲାଙ୍କ ପାଇଁ ନିର୍ମିତ ହୋଇଥିବା ଶୌଚାଳୟ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଏହି ଶୌଚାଳୟ କାମ କରିବା ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକାଦର ଅର୍ଦ୍ଧନିର୍ମିତ ଅବସ୍ଥାରେ ଛାଡ଼ି ପଳାଇଛନ୍ତି। ବିଦ୍ୟାଳୟକୁ ସଂଯୋଗ କରିଥିବା ରାସ୍ତାଟି ବିପଦପୂର୍ଣ୍ଣ ଥିବାବେଳେ ଏହି ବର୍ଷାରେ କର୍ଦ୍ଦମାକ୍ତ ହୋଇ ପଡୁଥିବାରୁ ପିଲାମାନେ ପଡ଼ି ଆହତ ହେବାର ନଜିର ମଧ୍ୟ ରହିଛି। ଗୁରୁବାର ୨ ଛାତ୍ର ଏହି ରାସ୍ତାରେ ପଡ଼ି ନିଜ ପୋଷାକ କାଦୁଅ ହୋଇଯାଇଥିବାରୁ ଖାଲି ଦେହରେ ପାଠ ପଢୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରୁ ବିଦ୍ୟାଳୟ ରାସ୍ତା ଓ ଗୃହ ନିର୍ମାଣ ପାଇଁ ଆର୍ଥତ୍କ ଅନୁଦାନ ଦିଆଯାଇଛି। ଏହି କାମ କିପରି ଶୀଘ୍ର ହୋଇପାରିବ ସେ ନେଇ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri