Posted inଜାତୀୟ

ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଏମିତି ରହିଛି ସର୍ତ୍ତ, ଓଡ଼ିଶାକୁ…

ନୂଆଦିଲ୍ଲୀ, ୨୨।୭: ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ନେଇ ଜେଡିୟୁ ନେତା ମାଗିଥିବା ଉତ୍ତରରେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଲିଖିତ ଭାବେ ଜଣାଇଛନ୍ତି । ସେ କହିଛନ୍ତି ଯେ ସ଼୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇବାକୁ ହେଲେ ଏଥିପାଇଁ ଉଦ୍ଧିଷ୍ଟ ରାଜ୍ୟକୁ ପାଞ୍ଚଟି ସର୍ତ୍ତ ପୂରଣ କରିବାକୁ ପଡ଼ିବ । ସେଗୁଡ଼ିକ ହେଲା-

୧. ରାଜ୍ୟର ଅଧିକାଂଶ ଅଞ୍ଚଳ ପାହାଡ଼ିଆ ଏବଂ କଠିନ ଭୂମି ହୋଇଥିବା ।

୨. ଉକ୍ତ ରାଜ୍ୟରେ କମ ଜନସଂଖ୍ୟା ଘନତା କିମ୍ବା ବହୁ ସଂଖ୍ୟାରେ ଆଦିବାସୀ ଜନସଂଖ୍ୟା ରହିଥିବ ।
୩. ରାଜ୍ୟର ପଡୋଶୀ ଦେଶ ସହିତ ସୀମାରେ ଗୁରୁତ୍ୱପୂର୍ଣ୍ଣ ରଣନୀତିକ ପରିସ୍ଥିତି ସୃଷ୍ଟି ହେଉଥିବ ।
୪. ଉକ୍ତ ରାଜ୍ୟ ଆର୍ଥିକ ସ୍ତରରେ ପଛୁଆ ରହିଥିବା ଏବଂ ମୌଳିକ ସୁବିଧା ଅଭାବ ରହିଥିବ ।
୫. ଅର୍ଥ ପାଇଁ ଆବଶ୍ୟକ ପ୍ରକୃତିର ଅଭାବ ରାଜ୍ୟରେ ରହିଥିବ ।

ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଲିଖିତ ଉତ୍ତରରେ କୁହାଯାଇଛି ଯେ, ଏହି ପାଞ୍ଚଟି କାରଣକୁ ଧ୍ୟାନରେ ରଖି ରାଜ୍ୟର ର୍ନିଦ୍ଦିଷ୍ଟ ସ୍ଥିତିକୁ ପୃଥକ ଭାବରେ ବିଚାର କରିବା ପରେ ଗୋଟିଏ ରାଜ୍ୟକୁ ବିଶେଷ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥାଏ । ଅନ୍ୟପଟେ ସଂସଦର ଉଭୟ ଗୃହରେ ଓଡ଼ିଶାକୁ ବାରମ଼୍ବାର ସ଼୍ବତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ଦେବାକୁ ଦାବି ହୋଇଥିଲେ ହେଁ କେନ୍ଦ୍ର ସରକାର ଏନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି ।

ସୂଚନା ଥାଉକି, ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍‌ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍‌ ପୂର୍ବରୁ ବିହାରକୁ ବଡ଼ ଝଟ୍‌କା ଲାଗିଛି । ବିହାରର ସ଼୍ବତନ୍ତ୍ର ରାଜ୍ୟ ଦାବିକୁ ନେଇ ମୋଦି ସରକାର ଜବାବ ରଖିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଅନ୍ତଃ ମନ୍ତ୍ରାଳୟ ସମୂହର ୨୦୧୨ ରିପୋର୍ଟ ଆଧାରରେ ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri