Categories: ଜାତୀୟ

ସରକାରଙ୍କୁ ସମର୍ଥନ କରିବାରୁ ନିଲମ୍ବିତ ହେବେ ୫ ବିଧାୟକ

ଗୁଆହାଟୀ,୧୫।୨: ମେଘାଳୟର ଭାଜପା ସମର୍ଥତ୍ତ ସରକାରରେ ଯୋଗଦେଇଥିବା ୫ କଂଗ୍ରେସ ବିଧାୟକ ଦଳରୁ ନିଲମ୍ବନ ହେବେ। ମେଘାଳୟ କଂଗ୍ରେସ ସଭାପତି ଭିନ୍‌ସେଣ୍ଟ ଏଚ୍‌. ପାଲା ସେମାନଙ୍କୁ ନିଲମ୍ବନ କରାଯିବା ଲାଗି ଏଆଇସିସିକୁ ସୁପାରିସ କରିଛନ୍ତି।

ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ ଏବଂ ସରକାରରୁ ବାହାରି ଆସିବା ଲାଗି କୁହାଯିବ। ଯଦି ସେମାନେ ସରକାରରୁ ନ ଓହରନ୍ତି, ତେବେ ସେମାନଙ୍କୁ ନିଲମ୍ବନ କରାଯିବ। ତେବେ ସେମାନେ ସରକାରରୁ ଓହରି ଆସିବା ସମ୍ଭାବନା କମ୍‌ ବୋଲି ବିଧାୟକଙ୍କ ସୂତ୍ରରୁ ଜଣାପଡ଼ିଛି। ଏହା ବଦଳରେ ସେମାନେ ଦଳ ବଦଳ କରି ନ୍ୟାଶନାଲ ପିପୁଲ୍ସ ପାର୍ଟିରେ ଯୋଗଦେବେ ଏବଂ ଉକ୍ତ ଦଳ ଟିକେଟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି।

Share