ବରଗଡ଼ ଅଫିସ,୨୯।୭: ବରଗଡ଼ ଜିଲାରେ ବୁଧବାର ପୁଣି ୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ସ୍ଥାନୀୟ ଆକ୍ରାନ୍ତ ଏବଂ ବରଗଡ଼ ପୌର ପରିଷଦ ଅଞ୍ଚଳର ଅଟନ୍ତି। ସେମାନଙ୍କ ମଧ୍ୟରୁ ୱାର୍ଡ ନଂ-୧୮ର ୩ଜଣ ଏବଂ ୱାଡ ନଂ-୧୩ର ୨ଜଣ ଅଟନ୍ତି। ୩ ଜଣ ମହିଳା ହୋଇଥିବା ବେଳେ ଅନ୍ୟ ଦୁଇଜଣ ପୁରୁଷ । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।