Categories: ମେଟ୍ରୋ

ଆଜି ରାଜଧାନୀରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଶନିବାର ରାଜଧାନୀରୁ ୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ଜଣେ ଆକ୍ରାନ୍ତ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଗଜପତି ନଗରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା ଏବଂ ଜଗନ୍ନାଥନଗରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧,୯୧୦ରେ ପହଞ୍ଚିଥିବା ବେଳେ ୩୧,୪୬୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୭୭ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ରାଜଧାନୀରୁ କରୋନାରେ ୨୪୭ ଜଣଙ୍କ ମୃତ୍ୟୁ ହୋଇଛି।

Share