ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ପିଟିଥିଲେ, ୫ କୋର୍ଟଚାଲାଣ

ଖଲ୍ଲିକୋଟ,୧୦ା୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତେନ୍ତୁଳି୍‌ଆପଲ୍ଲୀ ଗ୍ରାମରେ ଗାଁ ମଝିରେ ଜଣେ ମହିଳାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପିଟିବା ଘଟଣାରେ ୫ ଜଣ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ତେନ୍ତୁଳିଆପଲ୍ଲୀ ଗ୍ରାମର ମଞ୍ଜରୀ ରାଉତ ନିଜ ସମ୍ପର୍କୀୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ବିଷୟକୁ ନେଇ ବିବାଦ ହୋଇଥିଲା। ଏହି ଘଟଣାକୁ ନେଇ ୫ ଜଣ ଆସି ଝଗଡ଼ା କରି ତାଙ୍କୁ ଗାଁ ମଝିରେ ଥିବା କୁଞ୍ଜଘର ଖୁଣ୍ଟରେ ବାନ୍ଧି ଦେଇଥିଲେ ଏବଂ ମାଡ଼ ମାରିଥିଲେ। ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ୫ଜଣଙ୍କୁ ଗିରଫ କରିଛି।