ଲୁହା ରଡ୍‌ ଚୋରି କରି ୫ କୋର୍ଟ ଚାଲାଣ

ଥୁଆମୂଳ ରାମପୁର,୧୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅଡ୍ରି ପଞ୍ଚାୟତ ଅଧୀନରେ ଥିବା ମେଘା ଉଠା ପାନୀୟ ଜଳଯୋଗାଣ କ୍ୟାମ୍ପ୍‌ଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ଲୁହାରଡ୍‌ ଚୋରି ଘଟଣାକୁ ନେଇ ସୋମବାର ଥୁଆମୂଳ ରାମପୁର ଥାନାରେ ବିଭାଗୀୟ ସାଇଟ ଇନଚାର୍ଜ ଜିତେନ୍ଦ୍ର ପ୍ରଧାନ ଅଭିଯୋଗ କରିଥିଲେ।
ଅଭିଯୋଗ ଅନୁଯାୟୀ, ଥୁଆମୂଳ ରାମପୁର ଥାନା କେସ୍‌ ନମ୍ବର ୧୩୫/୨୪ରେ ମାମଲା ରୁଜୁ କରି ଥାନା ପକ୍ଷରୁ ତଦନ୍ତ ଜାରି ରଖିଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଲା ଯେ, ଅଡ୍ରି ପଞ୍ଚାୟତ ଅଧୀନରେ ଥିବା ବଡ଼ବଫଲା ଗ୍ରାମ ଚିତ୍ତ ଗୌଡ଼ ଅତୃ ଗୌଡ଼, ବିକ୍ରମ ଗୌଡ଼ ଓ ଟାଙ୍ଗିରୀ ଗ୍ରାମର ଗୋପୀ ଗୌଡ଼, ସୁଶାନ୍ତ ନାଏକଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।